
ଅତ୍ୟାଚାର ଯେବେ ସୀମା ଟପିଗଲା
ଦେବ-ଦେବୀ ଥରହର,
ତିନି ପୁର ରକ୍ଷା କଲ ମା’ ଗିରିଜା
ବଧିଲ ମହିଷାସୁର ।
ଯୁଗ ପରେ ଯୁଗ ଗଲାଣି ଲୋ ବିତି
ଆଉ ତୋ’ ଦର୍ଶନ ନାହିଁ,
ଅଧର୍ମ – ଅନ୍ୟାୟ କେତେ ବଢ଼ିଲାଣି
ଚିତ୍କାର କି ଶୁଭୁ ନାହିଁ !
ଆଉ କେଉଁ ରୂପ ଧରିବୁ ଲୋ ମାତ
କାହାର ଆଦେଶ ନେଇ,
କେତେ ହାତ ତୋର ହେବ ଲୋ ଜନନୀ
ପାପ ବିନାଶିବା ପାଇଁ !
ମୃତ ଗୋରୁ ମା°ସ ଖାଇ ମରିଛନ୍ତି
ତୋ’ ବାହନ ସି°ହ ସେହି,
ହେ ସି°ହବାହିନୀ କେଉଁ ବାହନରେ
ମର୍ତ୍ତକୁ ଆସିବୁ ତୁହିଁ !
ଡାକି ଡାକି ଜୀବ ହେବ କି ହତାଶ
ନ ଆସିବ ଦଶଭୁଜା,
ସତ୍ୟ ଧର୍ମ ନ୍ୟାୟ ହେବ କି ବିଲୟ
ଅନର୍ଥ ହେବ କି ପୂଜା !