ସେବା ପକ୍ଷ ସପ୍ତାହ ପାଳନ ଅବସରରେ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକ୍ରମ |

କେସିଙ୍ଗା ତା 21.09.25

କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଭାରତୀୟ ଜନତା ପାର୍ଟିର ତରଫରୁ
ସେପ୍ଟେମ୍ବର ୧୭ ତାରିଖ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ତମ ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ “ସେବା ପକ୍ଷ ” ପାଳନ କରାଯାଉଛି ଏହି ପରିପ୍ରେକ୍ଷୀରେ କେସିଙ୍ଗା ସଭାପତି ପିଙ୍କୁ ପରିଡା ଙ୍କ ନେତୃତ୍ୱରେ
ଆଜି ୱାର୍ଡ ନମ୍ବର ତିନି ଓ ଚାର ରେ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ହାତ ରେ ଗ୍ଲୋବ ଓ ମୁହଁ ରେ ମାସ୍କ ପିନ୍ଧି ସମସ୍ତେ ସଫେଇ ଅଭିଯାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନମିତା ରାଣୀ ସାହୁ, ପୁର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ସମ୍ପାଦକ ଯୁଗଳ କିଶୋର ଦୀପ, ଉପସଭାପତି ପ୍ରୀତେଶ ପଟେଲ ,ୱାର୍ଡ ନମ୍ବର ଚାର ର କାଉନସିଲର ଧରଣୀ ଧର ନାୟକ, କମଳାକାନ୍ତ ସାହୁ, ଯାଜ୍ଞସେନୀ ସାହୁ, ଲକ୍ଷ୍ମୀ ହେର୍ଣ୍ଣ ,ଜୟନ୍ତୀ ଗହୀର, ମଞ୍ଜୁଳା ନାୟକ ଓ ମେଘନାତ ନାୟକ |

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *