ବିଶ୍ଵ ଗଣ୍ଡା ଦିବସ 22nd September

ସୃଷ୍ଟିକର୍ତ୍ତା’ଙ୍କର ବିଚିତ୍ର ସୃଷ୍ଟିରେ
ପଶୁ-ପକ୍ଷୀ ବିଦ୍ଯମାନ,
ପଶୁମାନଙ୍କର ମଧ୍ଯରେ ବିଚିତ୍ର
ଗଣ୍ଡା କଥା ଏବେ ଶୁଣ ।

ଦିନସାରା ଜଳ ମଧ୍ଯେ ପହଁରନ୍ତି
ରାତିରେ ସ୍ଥଳେ ଶୟନ,
ପଶୁସମ୍ପଦ’ର ମଧ୍ଯରେ ଦୁର୍ମୂଲ୍ଯ
ହିଂସ୍ର ନୁହେଁ ଆଚରଣ ।

ପାଞ୍ଚ ପ୍ରଜାତିର ଗଣ୍ଡା ସୁରକ୍ଷାରେ
ସବିଶେଷ ସମୀକ୍ଷଣ,
ସେପ୍ଟେମ୍ବର ମାସ ବାଇଶ ତାରିଖ
ଗଣ୍ଡା ଦିବସ ପାଳନ ।

ଗଙ୍ଗା ଜଳେ ସ୍ନାନ ଆତ୍ମାର ଶୋଧନ
ହୃଦୟ ସିନା ଶୀତଳ,
ଗଣ୍ଡା ମୂତ୍ର ପାନ ଥଣ୍ଡା ଛିଙ୍କ ରୋଗ
ବିନାଶ କରେ ସମୂଳ ।

ଗଣ୍ଡା ମୂତ୍ରେ ବହୁ ରୋଗର ବିନାଶ
ଅଧ୍ୟୟନେ ନିବେଦନ,
ଗଣ୍ଡା କ୍ଷୀରେ ସୃଷ୍ଟ ଭିଟାମିନ ଆଉ
ଅସ୍ଥି ଚର୍ମ ମୂଲ୍ୟବାନ ।

କଳା ଧଳା ରଙ୍ଗେ ବିଚିତ୍ର ରୂପରେ
ନାନା ଦେଶେ ଦୃଶ୍ୟମାନ,
ଆଜି ବିଶ୍ୱ ଗଣ୍ଡା ଦିବସେ କାମନା
ପ୍ରାଣୀ ସୁରକ୍ଷା’ରେ ଧ୍ୟାନ ।

Leave a Reply

Your email address will not be published. Required fields are marked *