ବୃକ୍ଷ ରୋପଣ , ମହାପୂଣ୍ୟ କାର୍ଯ୍ୟକ୍ରମ l

ପଦ୍ମପୁର : ଗଛଟିଏ ଶିଶୁଟିଏ l ଆମେ ଜାଣୁ ଗଛ ଆମର ବନ୍ଧୁ lପରିବେଶ କହିଲେ ଆମେ ଏ ଜୀବଜଗତକୁ ବୁଝାଏ lସେ ଭିତରେ ଗଛ ହେଉଛି ପ୍ରଧାନ, କାରଣ ଗଛରୁ ଆମେ ଅମ୍ଳଜାନ ପାଇଥାଉ l ଜୀବକୁ ବଂଚିବାକୁ ହେଲେ ଅମ୍ଳଜାନ ଦରକାର l ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିମହାନ ରାଜନୀତିର ପରିଶେଷରେ ମହାନ ବିଚlରକୁ ନେଇ ସମ୍ମାନନୀୟ ମୋଦିଙ୍କ ଜନ୍ମଦିନ ଅବସରରେ ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକର ନୂଆପାଲି ପରିସୀମାଭୁକ୍ତ ଯୁବ ନେତା ଓ ଜନସେବୀ ଶ୍ରୀ ଯଜ୍ଞେଶ୍ବର ପଧାନଙ୍କ ନେତୃତ୍ବରେ ସରଧାପାଲି ଗ୍ରାମ ପଞ୍ଚାୟତ ମହାଜନ ଡୁଙ୍ଗୁରି ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ଗାଇସିଲେଟ ବ୍ଲକ ଆଦିବାସୀ ସଭାପତି ଶ୍ରୀ ସଂଜୟ ଜରଜରିଆ,ଆଦିବାସୀ ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ଡୁଡୁକା,ଶ୍ରୀ ଝସକେତନ ପ୍ରଧାନ,ଶ୍ରୀ ବିପିନ ସାହୁ, ଶ୍ରୀ ହେମନ୍ତ ଭୋଇ,ଶ୍ରୀ ଯୁଧିଷ୍ଠିର ସାହୁ,ଶ୍ରୀ ଟିକେଶ୍ବର ଭୋଇ, ଶ୍ରୀ ଶୁଭେନ୍ଦୁ ସାହୁ,ଶ୍ରୀ ସୁରେନ୍ଦ୍ର ନାଏକ, ଶ୍ରୀ ରାମଜୀ ପଧାନ ପ୍ରମୁଖ ଯୋଗଦାନ କରିଥିଲେ l ଏହାର ରାକ୍ଷଣବେକ୍ଷଣ ପାଇଁ ପଞ୍ଚାୟତ ଅଧିକାରୀ ଗଛ ସବଳ ହେବାଯାଏ ଜଣେ ଅନିର୍ଦ୍ଧିଷ୍ଟ ସମୟ ଦାୟିତ୍ୱରେ ରହିବ ବୋଲି ମତ ରହିଛି l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *