ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ମା ପାଇଁ ଗଛଟିଏ ଶୁଭାରମ୍ଭ

ଚଣ୍ଡିଖୋଲ ୧୯/୯(କ ଵ୍ୟୁ)ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆରମ୍ଭ ହେଇଥିବା ସେବା ପକ୍ଷ ଅବସରରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଶୁଭାରମ୍ଭ ହୋଇଥିବା ମା ପାଇଁ ଗଛଟିଏ କାର୍ଯ୍ୟ କ୍ରମ ଆଜିଯାଜପୁର ଟାଉନସ୍ଥିତ ତ୍ରିଲୋଚନ ମହାଦେବ ମନ୍ଦିର ଜଉନିବନ୍ଧ ଠାରେ ଶୁଭାରମ୍ଭ ହୋଇଛି। ଯାଜପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପାଣ୍ଡବ ଚରଣ ଧଳ ଙ୍କ ସଭାପତିତ୍ବରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ବରୀ ର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଯୋଗଦେଇ ମାଆ ଯେପରି ତାର ସନ୍ତାନକୁ ଭଲ ପାଏ ଆମ୍ଭେମାନେ ସେହିପରି ଚାରା ଟିଏ ଲଗାଇ ତାର ଯତ୍ନ ନେବା । ସେହି ଗଛକୁ ନିଜ ପରିବାର ସଦସ୍ୟ ଭଳି ଦେଖାଶୁଣା କରିବାକୁ ଆହ୍ବାନ ଦେଇଥିଲେ। କୃଷକ ମୋର୍ଚ୍ଚା ସଭାପତି ପାଣ୍ଡବ ଚରଣ ଧଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କୁ ଶୁଭେଛା ଜଣାଇବା ସହିତ ତାଙ୍କର ଦୂରଦୃଷ୍ଟି, ଦିଗଦର୍ଶନ, ନେତୃତ୍ୱ, କାର୍ଯ୍ୟ ଶୈଳୀ ଆଜି ଭାରତକୁ ବିଶ୍ଵଗୁରୁ ମର୍ଯ୍ୟାଦା ପ୍ରଦାନ କରିଛି। ଏହି ଅବସରରେମୋଦୀଙ୍କ ଦୀର୍ଘ ଜୀବନ କାମନା କରି ମନ୍ଦିରରେ ୧୦୮ଦୀପ ପ୍ରଜ୍ବଳନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କୃଷକ ମୋର୍ଚ୍ଚା ସଂପାଦକ ଅଶ୍ୱନି କୁମାର ସାମଲ, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବୁଲି ଦାସ ସଧାରଣ ସମ୍ପାଦକ କଳିଙ୍ଗ ମହାନ୍ତି, ରମେଶ ରାଉତ, ଉପ ସଭାପତି ରଞ୍ଜିତ ଦୋରା, ଉପେନ୍ଦ୍ର କର, ସମାଜସେବୀକଲ୍ୟାଣୀ କର, ଭୁବନାନନ୍ଦ ସାମଲ, ଶରତ ଚନ୍ଦ୍ର ସେଠୀ, ପ୍ରଦୀପ କୁମାର ଜେନା, ଦିଲ୍ଲୀପ କୁମାର ଦେବତା, ସନ୍ତୋଷ କୁମାର ପତି, ଦେବାଶିଷ ପାଣି ସମେତ ଶତାଧିକ କୃଷକ ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ଥିଲେ। ପରେ ମନ୍ଦିର ପରିସରରେ ଶତାଧିକ ଫୁଲ, ଫଳ, ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *