ଗାଇସିଲେଟ ଅଞ୍ଚଳର ଅନୁସୂଚିତ ଜାତି ସରକାରୀ କର୍ମଚାରୀ ସଙ୍ଘ ତିଆରି କଲେ l

ଗାଇସିଲେଟ :- ଏକତା ହିଁ ବଳ, ଏହି ରୂଢି ସମସ୍ତଙ୍କୁ ଜଣା l ସଙ୍ଘର ଅର୍ଥ ଏକତା l ଆଜି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନୁସୂଚିତ ଜାତିର ସରକାରୀ କର୍ମଚାରୀ ମାନେ ଏକ ଜାତିଗତ ବିକାଶ ଭାବନାକୁ ନେଇଛନ୍ତି l ଏଣୁ ଅଞ୍ଚଳ ତଥା ଅନ୍ୟ ବ୍ଲକରୁ ମଧ୍ୟ ଅଶି ମଂଚାସୀନ ହୋଇ ଥିଲେ l ଅତିଥି ମଧ୍ୟରେଶ୍ରୀ କଲେତ, ଲକ୍ଷେଘର ଗଣ୍ଡାସମାଜ ସଭାପତି ଶ୍ରୀ ଗୋଲାପ ପାଇକ ଅନୁସୂଚିତ ଜାତି ବିଜେପୁ୍ର ବ୍ଲକ ସଭାପତି ଶ୍ରୀ ସନ୍ତୋଷ ବାଗ,ସୋହେଲା ବ୍ଲକ ଉପ ସଭାପତି ଆଷାଢୁ ସେନ୍ଦ୍ରିଆ, କର୍ମଚାରୀ ସଙ୍ଘ ପଦ୍ମପୁର ବ୍ଲକ ବି. ଇ. ଓ./ବରଗଡ଼ ଏ. ବି. ଇ. ଓ. ଶ୍ରୀ ଘାସିରାମ ଭୋଇ, କର୍ମଚାରୀ ସଙ୍ଘ state convenor /ବୌଦ୍ଧ ଧର୍ମ ପ୍ରଚାରକ ଧୀମାନ ପ୍ରଫୁଲ୍ଲ ଭୋଇ ଓ ସମାଜ ସୁଧାରକ ଶ୍ରୀ ପ୍ରସନ୍ନକୁମ୍ଭାର, ଶ୍ରୀ ଆରୁଣୀ ମହାନନ୍ଦ, ଓ ଶ୍ରୀ ସନ୍ତୋଷ କଲେତ ମଞ୍ଚାସିନ ଥିଲେ l ଏଥି ସହିତ ମାନ୍ୟ ଗଣ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l ସଭାର ନିକଟ ବର୍ତ୍ତୀ ଆମ୍ବେଦକର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଓ ବୁଦ୍ଧଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ ହୋଇଥିଲା l ପ୍ରାରମ୍ଭରେ ଶ୍ରୀ ବଳରାମ ମୁଗ୍ରୀ ସମ୍ବିଧାନ ମୁଖବନ୍ଧ ପଠନ କରିଥିଲେ l ସଭାରେ ମଞ୍ଚାସିନ ସନ୍ତୋଷ ବାଗ ସମାଜରେ ଥିବା କୁସଂସ୍କାର ବିଲୋପ ହେବା ଉଚିତ ଆଷାଢୁ ସେନ୍ଦ୍ରିଆ ସମ୍ବିଧାନ ସଚେତନତା, ଘାସିରାମ ଭୋଇ ସମାଜରେ ହେଉଥିବା ଗରିବଙ୍କ ଶାସନ ପ୍ରଶାସନର ଦୁର୍ନୀତିର ଶିକାର, ପ୍ରଫୁଲ୍ଲ ଭୋଇ ସମ୍ବିଧାନର ନାଗରିକ ପ୍ରତି ତିନୋଟି ମୁଖ୍ୟ ନିୟମ ସ୍ଵାକ୍ଷରତା ସମାନତା ସ୍ୱାଭିମାନତା ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ହୃଦୟରେ କମ୍ପନ ସୃଷ୍ଟି କରିଥିଲେ l ଆରୁଣୀ ମହାନନ୍ଦ ସମାଜରେ ଦୂଷିତ କଳୁଷିତ ନିଷ୍ପେସିତ କିପରି ବ୍ୟାପିଛି ତାର ପ୍ରତିକାର ବିଷୟକୁ ସମାଲୋଚନା କରିଥିଲେ l ପ୍ରସନ୍ନ କୁମ୍ଭାର ଲୋକର ଧନ ନାହିଁ ତ ବଳ ଓ ଇଜ୍ଜତ ନାହିଁ ନିଜ ଉଦାହରଣ ଦେଲେ ଓ ଶେଷରେ ଗୋଲାପ ପାଇକ ଓ ସନ୍ତୋଷ କଲେତ ବି ଆର ଆମ୍ବେଦକରଙ୍କ ଧରା ଉପଧାରା ର ଗରିବ ପ୍ରତି ହେଉଥିବା ଶାସନଧୀନ ଅତ୍ୟାଚାର ଓ ପ୍ରତିକାରକୁ ଦୃଷ୍ଟିରେ ରଖି ସାହାଯ୍ୟର ଶପଥ ନେଲେ l ଆହୁରି ସଭାର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଅବିଭାଷଣରେ ପରିବେଶରେ ଘଟୁଥିବା ଓ ସରକାରୀ ସହାୟତା କିପରି ନାଗରିକଙ୍କ ଅଣଗୋଚର ହେଉଛି ସେ ଡିଡ଼ରେ ସଚେତନ କରିବାକୁ ଏକ ଦଳ ଗଠନ କରିବାକୁ କଡାକଡି ଦୀର୍ଦେଶ ଦେଇ ସମର୍ଥ କରାଇଥିଲେ l ଶେଷରେ ସଭାରେ ନୂତନ କମିଟି ସଭାପତି ସର୍ବସାମ୍ମତି କ୍ରମେ ଶ୍ରୀ ପିଅନ ସୁନାଙ୍କୁ ଓ ସମ୍ପାଦକ,କୋଷାଧକ୍ଷ କମିଟି ଆସନ୍ତା ବୈଠକରେ କରିବାର ଅସାପୋଷଣ ରହିଛି l ଅସ୍ଥାୟୀ କୋଷାଧକ୍ଷ ଶ୍ରୀ କ୍ଷୀରେଶ୍ୱର ଦୀପ ଓ ଲକ୍ଷେଘର ଗଣ୍ଡାସମାଜ ସମ୍ପାଦକ ଶ୍ରୀ ସଞ୍ଜୟ ଦୀପ ଓ କୋଷାଧକ୍ଷ ଶ୍ରୀ ପ୍ରଶାନ୍ତ ଦୀପଙ୍କ ବର୍ତମାନ ସଂଘର ସମ୍ପୂର୍ଣ ପରିଚାଳନା ଦାୟିତ୍ୱ ଦିଆଯାଇଛି l ସଭାକୁ ସୁଚାରୁ ରୂପେ ଶ୍ରୀ ମନୋଜ ମହାନନ୍ଦ ପରିଚାଳନାରେ ସହଯୋଗ କରିଥିବାରୁ ପ୍ରଶଂସନୀୟ ହୋଇଥିଲେ l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *