
ଚଣ୍ଡିଖୋଲ୧୬/୯(କବ୍ୟୁ)
ଚଣ୍ଡିଖୋଲ ବାବା ଭୈରବlନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସିସଭାରେ ପ୍ରାଧ୍ୟାପକ ସତ୍ୟବ୍ରତ ପୃଷ୍ଟିଙ୍କୁ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ଏକ ବିରାଟ ଶୋଭାଯାତ୍ରାରେ ମହାବିଦ୍ୟାଳୟ ମୁଖ୍ୟ ଫାଟକ ଠାରୁ ନବ ମାଳତୀ ପ୍ରେକ୍ଷାଳୟ ପର୍ଯ୍ୟନ୍ତ ନେଇ ସେଠାରେ ଏକ ସଭାର ଆୟୋଜନ ବିଭାଗୀୟ ମୁଖ୍ୟ ଶ୍ରୀ ମଥୁରୀ ବେହେରାଙ୍କ ସଭାପତିତ୍ୱରେ କରାଯାଇଥିଲା ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡା ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ପ୍ରସନ୍ନ କୁମାର ମହାପାତ୍ର, ଅଧ୍ୟାପକ ଡ଼ଃ ଦିଲ୍ଲୀପ କୁମାର ନାୟକ, ତପନ କୁମାର ଜେନା ବିଜୟ କେତନ ସାମଲ,ସଲିଳ ରାଜନନ୍ଦନ ମହାନ୍ତି, ଭିକାରି ଚରଣ ରାଉତ, ସୀତାନାଥ ରାଉତରାୟ, ସଞ୍ଜୟ ବେହେରା, ମନୋଜ କୁମାର ସ୍ୱାଇଁ, ସରିତା ସ୍ୱାଇଁ,, ମାନସୀ ମହାନ୍ତି ଅମ୍ବିକା ପ୍ରାସାଦ ମିଶ୍ର, ଓମ୍ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ
ରହି ପ୍ରାଧ୍ୟାପକ ପୃଷ୍ଟି ଙ୍କ ଗୁଣ ଗାନ କରିଥିଲେ l ବହୁ ଛାତ୍ରଛାତ୍ରୀ ସେମାନଙ୍କର ପ୍ରିୟ ସାର ଙ୍କୁ ଅଶ୍ରୁଳ ପ୍ରୀତି ବାଣ୍ଟିଥିଲେ l ବିଭାଗ ତରଫରୁ ପୁଷ୍ପମାଲ୍ୟ ଉପଢୌକନ ଉପହାର ଦିଆଯାଇଥିଲା ଶେଷରେ ଅଧ୍ୟାପିକା ମଧୁସ୍ମିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା l ଏଠାରେ ଉଲେଖ କରାଯାଇପାରେ ପ୍ରାଧ୍ୟାପକ ସତ୍ୟବ୍ରତ ପୃଷ୍ଟି ବାଲିଚନ୍ଦ୍ରପୁରସ୍ଥିତ ସାହସପୁର ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବରେ ସ୍ଥାନାନ୍ତରିତ ହୋଇଛନ୍ତି l ଯାହା ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଙ୍କ ମହଲରେ ଖୁସିର ବାତାବରଣ ସୃଷ୍ଟି କରିଛି l