
ଚଣ୍ଡିଖୋଲ ୧୫/୯(କଵ୍ୟୁ) ଯାଜପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମାଆ ମଙ୍ଗଳା ନାଟ୍ୟ ସଂସଦର ଏକ ବୈଠକ ସଭାପତି ପ୍ରକାଶ ରାଉତ ଙ୍କ ସଭାପତିତ୍ବରେ ଚଣ୍ଡିଖୋଲ ଠାରେ ଅନୁଷ୍ଟିତ ହୋଇଯାଇଛି।ନିକଟସ୍ତ ସୁଙ୍ଗୁଡା, ନିଶିମଳl, ନୂଆ ଶୁଙ୍ଗୁଡ଼ା, ଖୋସାଲିପୁର ଗ୍ରାମର ପ୍ରତିଷ୍ଠିତ କଳାକାର ମାନଙ୍କୁ ନେଇ କ କମିଟି ଗଠନ କରାଯାଇଛି। ପାଶ୍ଚାତ୍ୟ ଶିକ୍ଷା, ସଂସ୍କୃତି ପ୍ରଭାବ ଓ ଆଧୁନିକ ତାର ଚାକାଚକ୍ୟ ରେ ହଜି ଯାଉଥିବା ଆମ ଗ୍ରାମ୍ୟ ନାଟ୍ୟ ସଂସ୍କୃତି କୁ ଉଜ୍ଜୀବିତ କରିବା ସହିତ ଗ୍ରାମାଞ୍ଚଳରେ ଥିବା କଳାକାର ମାନଙ୍କ ପ୍ରତିଭାକୁ ବିକଶିତ କରିବା ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ।ଏଥିସହିତ ଜିଲ୍ଲାରେ ଥିବା ପ୍ରତିଷ୍ଠିତ ଡ୍ରାମା କ୍ଲବ ଗୁଡ଼ିକୁ ନେଇ ଏକ ନାଟ୍ୟ ପ୍ରତିଯୋଗିତା ଆୟୋଜନ କରାଇବାକୁ ଆଜିର ବୈଠକରେ ନିଷ୍ପତି ନିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି, ସ୍ମୃତି ରଂଜନ ମାହାଲା, ସଂପାଦକ ଦେବଦତ୍ତ ଜେନା , ସହ ସମ୍ପାଦକ ପବିତ୍ର ମୋହନ ଜେନା,କୋଷାଧ୍ୟକ୍ଷ ସଞ୍ଜୀବ କୁମାର ବଳ ସମେତ ସୁଜିତ କୁମାର ଜେନା, ଦିଲ୍ଲୀପ ବଳ, ରମେଶ ଚନ୍ଦ୍ର ଜେନା, ନବଜ୍ୟୋତି ଜେନା, ବିଶ୍ୱଜିତ ଜେନା, ମହେନ୍ଦ୍ର ସେନାପତି ସମ୍ବିତ ମାହାଲା, ତୁଷାର ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।