ପାଲଲହଡା:- ପାଲଲହଡା ଉପଖଣ୍ଡ କାର୍ଯ୍ୟରତ ସାମ୍ବାଦିକ ସଙ୍ଘର ବାର୍ଷିକ ବୈଠକ ବୁଧବାର ସ୍ଥାନୀୟ ପଞ୍ଚାୟତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଖଗେଶ୍ୱର ଦାଶଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।ବିଗତ ବର୍ଷ ମାନଙ୍କରେ ସଂଘ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରି ସମସ୍ତ ଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରି ସଙ୍ଘର କାର୍ଯ୍ୟାବଳୀକୁ ଅଧିକ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ନୂତନ ଭାବେ ସଂଘ ରେ ଯୋଗ ଦେଇ ଥିବା ପ୍ରଗତିବାଦୀ ର ପ୍ରତିନିଧି ରଞ୍ଜିତ କୁମାର ସାମଲ ଏବଂ ସରକାର ଖବରକାଗଜ ର ପ୍ରତିନିଧି ଜ୍ୟୋତି ପ୍ରସାଦ ସାମଲ ଙ୍କୁ ସଭାପତି ସଂଘ ପକ୍ଷରୁ ସ୍ଵାଗତ କରିଥିଲେ।ଏହି ବୈଠକରେ ଖଗେଶ୍ୱର ଦାଶ,ଆଡ଼ଭୋକେଟ ରବିନାରାୟଣ ପ୍ରଧାନ, ରମେଶ ଚନ୍ଦ୍ର ପ୍ରଧାନ, ଖଗେଶ୍ୱର ମହାନ୍ତ, ହରିଶ ଚନ୍ଦ୍ର ଦାସ,ଦିବ୍ୟଜ୍ୟୋତି ଦାଶ, ଦେବଦତ୍ତ ସାହୁ, ସୁବ୍ରତ ଦାଶ, ଭୂପେନ କୁମାର ନାଏକ, ଶିଶିର ଆଚାର୍ଯ୍ୟ, ରଞ୍ଜିତ କୁମାର ସାମଲ, ଜ୍ୟୋତି ପ୍ରସାଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।