

ଚଣ୍ଡିଖୋଲ : ୯/୯ (କ ଵ୍ୟୁ) – ବଡଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା ଙ୍କ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହେଲା ପରେ ଖାଲି ପଡିଥିବା ଥାନ ଅଧିକାରୀଙ୍କ ସ୍ଥାନରେ ଆଜି ସୁରେନ୍ଦ୍ର କୁମାର ଜେନା ଯୋଗ ଦେଇଛନ୍ତି। ପୁର୍ବରୁ ଶ୍ରୀ ଜେନା ଚଣ୍ଡିଖୋଲ ଫାଣ୍ଡି ରେ ଦକ୍ଷତାର ସହିତ କାର୍ଯ୍ୟ କରି ଜନସାଧାରଣଙ୍କ ପ୍ରିୟ ପାତ୍ର ହୋଇଥିଲେ।ଚଣ୍ଡିଖୋଲ ଛକ ରେ ଟ୍ରାଫିକ ବ୍ୟବସ୍ଥା ସୁଧାର, ଚୋରୀ ଡ଼କାୟତି ରାହାଜାନୀ, ଚୋରାମଦ କାରବାର ରୋକିବାରେ ବିହିତ ପଦକ୍ଷେପ ଗ୍ରହଣ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଆଜି କାର୍ଯ୍ୟରେ ଯୋଗଦେଲା ପରେ ଜନସାଧାରଣ ପୋଲିସ ମଧ୍ୟରେ ଉତ୍ତମ ସମନ୍ୟୋୟ ରକ୍ଷା କରି ସତ୍ୟନିଷ୍ଠ , ନିର୍ଭୀକ ଓ ନିରପେକ୍ଷ ନ୍ୟାୟ ପ୍ରଦାନ କରିବା, ଆଇନ୍ ଶୃଙ୍ଖଳା ପ୍ରତି ଗୁରୁତ୍ଵ ବେବେ ବୋଲି କହିଥିଲେ। ଆଜି ବଡଚଣା ଥାନାରେ ଯୁବନେତା ଖଗେଶ୍ବର ସାହୁ, ସୁଭାଷ ତ୍ରୀପାଠୀ,
,କିଶୋର ବାରିକ ,ରତିକାନ୍ତ ବେହେରା, ଅନନ୍ତ ଦାସ, ସୁଶାନ୍ତ ସାମଲ, ଅମିୟ କୁମାର ବରାଳ ସମେତ ବହୁ ବୁଦ୍ଧିଜୀବୀ ପ୍ରମୁଖ ନୂତନ ଥାନା ଅଧିକାରୀ ଙ୍କୁ ସ୍ଵାଗତସମ୍ବର୍ଦ୍ଧନା ଜଣାଇଛନ୍ତି।