
ଉମରକୋଟ : 07/09/25 : ଗତ କାଲି ଉମରକୋଟ ପୌର ପରିଷଦ ର ଉପାଧକ୍ଷ ସୁଧାଂଶୁ ଦାଶ ଙ୍କୁ ବିଜେଡି ରାଜ୍ୟ ସଭାପତି ଙ୍କ ନିର୍ଦେଶ କ୍ରମେ ଦଳ ରୁ ଦଳ ବରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରା ଯାଇଥିଲା. ନିଲମ୍ବନ ପତ୍ର ମିଳିବା ପରେ ସୁଧାଂଶୁ ଙ୍କ ସମର୍ଥକ ଓ଼ ହଜାର ହଜାର କାର୍ଯ୍ୟ କର୍ତା ହଟାତ ଘଟଣା କୁ ସହଜ ରେ ଗ୍ରହଣ କରି ନାହାନ୍ତି. ଜଣେ ସୁଦକ୍ଷ ଯୁବ ରାଜନେତା ଭାବ ରେ ଶ୍ରୀ ଦାଶ ଦୀର୍ଘ ଧରି ବିଜୁ ଜନତା ଦଳ ରେ ତୃଣ ମୂଳ ସ୍ତର ରୁ କାମ ଆରମ୍ଭ କରି ପୌରପରିଷଦ ର ଉପାଧକ୍ଷ ପର୍ଯ୍ୟନ୍ତ ତାଙ୍କ ବିଚି କ୍ଷଣ ରାଜନୀତି ରଣ ନୀତି କାମ ଦେଇଥିଲା. ବିଜେପି ର ସହର ଭିତରେ ଭଲ ଭୋଟ ବ୍ୟାଙ୍କ ଥାଇ ମଧ୍ୟ ସୁଧାଂଶୁ ଦାଶ ଙ୍କ ନେତୃତ୍ୱ ରେ ଦଳ ବାର ଆସନ ହାତେଇଥିଲା ଓ଼ ରାଧା ଭତରା ଙ୍କୁ ବିଜେଡି ର ନଗରପାଳ ପଦବୀ ରେ ବସାଇ ଥିଲେ. କିନ୍ତୁ ବିଭିନ୍ନ ସମୟ ରେ ସାଧାରଣ ଲୋକ ମୁନସିପାଲିଟି କାର୍ଯ୍ୟ ଳୟ ରେ କାମ ନହେବା, ବତ୍ତା, ସାନିଟାରୀ, ସଫେଇ ଓ଼ ଆବାସ ଯୋଜନା ପରି ଲୋକା ଭି ମୁଖି କାର୍ଯ୍ୟ ଠପ ହେଇ ପଡିବା ନେଇ ବାରମ୍ବାର ଅଭିଯୋଗ ଆଣୁଥିଲେ. ୱାର୍ଡ ବାସୀଙ୍କ ସବୁ ମୌଳିକ ସମସ୍ୟା ସମାଧାନ କରି ଵା ପାଇଁ ୱାର୍ଡ ମେମ୍ବର ଙ୍କ କଥା ମଧ୍ୟ ରହୁ ନଥିଲା ବୋଲି ଅଭିଯୋଗ ଆସୁଥିଲା.ପ୍ରତି ମାସ ରେ ସହର ସଫେଇ ଓ଼ ଆଲୋକୀ କରଣ ନା ରେ ଲକ୍ଷାଧିକ ଟଙ୍କା କାଗଜ କଲମ ରେ ସାରି ବିଲ ଆତ୍ମସାତ କରିବା ଅଭିଯୋଗ ଅଧ୍ୟକ୍ଷା ଙ୍କ ନା ରେ ଆସିଲା. ଏହାର ପ୍ରତିବାଦ ସ୍ୱରୂପ ସବୁ ୱାର୍ଡ ମେମ୍ବର ଉଭୟ ବିଜେଡି, ବିଜେପି ଓ଼ କଂଗ୍ରେସ ର ମେଳି ବାନ୍ଧି ଉପ ଜିଲ୍ଲାପାଳ ଙ୍କ ନିକଟରେ ରାଧା ଭତରା ଙ୍କ ନା ରେ ଅନାସ୍ଥା ପ୍ରସ୍ତାବ ଆଣି ବାକୁ ଫେରାଦ ହେଇଥିଲେ.ଅନାସ୍ଥା ପ୍ରସ୍ତାବ କୁ ନେଇ ମଧ୍ୟ ଆସନ୍ତା ଦଶ ତାରିଖ ରେ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଚଉଦ ୱାର୍ଡ ମେମ୍ବର ଙ୍କୁ ଉପସ୍ଥିତ ରହିବାକୁ ନୋଟିସ ମଧ୍ୟ ହେଇଛି. ଗତ କିଛି ଦିନ ପୂର୍ବରୁ ମଧ୍ୟ ବିଜେଡି ଜିଲ୍ଲା ସଭାପତି ମନହର ରନ୍ଧାରୀ, ପୂର୍ବତନ ସାଂସଦ ରମେଶ ମାଝୀ ଓ଼ ପ୍ରଦୀପ ମାଝୀ ସମେତ ବାର ବିଜେଡି ର ମେମ୍ବର କୁ ଡାକି ରୁଦ୍ଧ ଦ୍ୱାର ବୈଠକ କରିଥିଲେ କିନ୍ତୁ ହଟାତ କାଲି ସୁଧାଂଶୁ ଙ୍କ ନିଲମ୍ବନ ଜିଲ୍ଲା ବିଜେଡି କୁ ଅଡୁଆ ପରିସ୍ଥିତି ରେ ପକେଇଛି. ସୁଧାଂଶୁ ଙ୍କ ନିଲମ୍ବନ ନେଇ ଖୋଦ ଜିଲ୍ଲା ସଭାପତି ଙ୍କ ପାଖରେ ମଧ୍ୟ କୋଣସି ପ୍ରାକ ସୂଚନା ନଥିବା ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ ସୂଚନା ଦେଇଛନ୍ତି. ଜିଲ୍ଲା ନେତୃତ୍ୱ ଓ଼ ରାଜ୍ୟ ନେତୃତ୍ୱ ର ସଠିକ ପରିଚାଳନା ଅଭାବ ରହିବା କଥା ରାଜନୈତିକ ସମୀକ୍ଷକ କହିଛନ୍ତି.ସେପଟେ ଖାଲି ସୁଧାଂଶୁ ଙ୍କୁ କାହିଁକି ଦଳ ରୁ ନିଲମ୍ବନ କରା ଗଲା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି. ଆଜି ଏକ ପ୍ରତିକ୍ରିୟା ରେ ସୁଧାଂଶୁ କହିଛନ୍ତି କି ତାଙ୍କ ସମର୍ଥନ ରେ ସବୁ ୱାର୍ଡ ମେମ୍ବର ଅଛନ୍ତି ଓ଼ ବହୁ ଜଣ ଯୋଗାଯୋଗ ରେ ରହି ଛନ୍ତି.
ସେପଟେ ସୁଧାଂଶୁ ବାବୁ ଙ୍କ ନେତୃତ୍ୱ କୁ ଆଗାମୀ ଦିନ ରେ ସମର୍ଥନ ରହିବ ବୋଲି ନିଜ ନାମ ଗୋପନ ରଖି ଜଣେ ୱାର୍ଡ ମେମ୍ବର କହି ଛନ୍ତି. ଘଟଣା କ୍ରମ ରେ ପୌର ଉପାଦକ୍ଷ ପଦ୍ମ ଧରିବା ନେଇ ଛକ ବଜାର ରେ ଚର୍ଚା ହେଉଛି
ସନ୍ତୋଷ ଦଳାଇ
ଉମରକୋଟ