“ବଡ଼ସାହି ଓ ବେତନଟୀ ବ୍ଲକ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ”

ବାରିପଦା(କ:ବ୍ଯୁ) ତା ୦୬.୦୯.୨୦୨୫ ରିଖ:

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ବଡ଼ସାହି ବ୍ଲକ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ବିଧାୟକ ବଡ଼ସାହି, ଶ୍ରୀଯୁକ୍ତ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବଡ଼ସାହି ଓ ବେତନଟୀ ବ୍ଲକ ନିମନ୍ତେ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ,
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ବାରିପଦା ପି ଏ ଆଇ ଟି ଡି ଏ ପ୍ରଣୟ ବେହେରା,ବ୍ଲକ ଚେୟାରମେନ ଶ୍ରୀମତୀ ମିନତୀ ସିଂ ପ୍ରମୁଖ ଯୋଗ ଦେଇଥିଲେ।

ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀ ଓ ବିଭିନ୍ନ ଲାଇନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ।

ଆଜିର ଶୁଣାଣିରେ ଦୁଇଟି ବ୍ଲକର ୧୨୦୦ ରୁ ଉର୍ଦ୍ଧ ଅଭିଯୋଗ ପତ୍ର ଶୁଣାଣି ପାଇଁ ଗ୍ରହଣ ହୋଇଥିଲା ।

ଆଜିର ଶୁଣାଣିରେ ଗ୍ରହଣ ହୋଇଥିବା ଅଭିଯୋଗ ଗୁଡିକ ମଧ୍ୟରେ, ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ବିଧବା ଭତ୍ତା, ରେସନ କାର୍ଡ, ସାଧାରଣ ଯୋଗାଣ, ପାନୀୟ ଜଳ ଯୋଗାଣ ବିଦ୍ୟୁତ ଯୋଗାଣ, ଚିକିତ୍ସା ଭତ୍ତା/ସହାୟତା, ରାସ୍ତାଘାଟ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ,, କୃଷି, ତହସିଲ ଜମିଜମା, ଭୂମି ହୀନ ଜମି ପଟ୍ଟା, ଜଙ୍ଗଲ ଜମି ପଟ୍ଟା, ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ଜଳସେଚନ ଇତ୍ୟାଦି ବିଭିନ୍ନ ବିଭାଗ ସମ୍ବନ୍ଧିତ ଥିଲା।

ଅଭିଯୋଗ ର ଗୁରୁତ୍ୱ କୁ ବିଚାର କରି ୩ଜଣ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୫,୦୦୦/-ଟଙ୍କା ଏବଂ ଜଣଙ୍କୁ ରେଡ କ୍ରସ ପାଣ୍ଠି ରୁ ୫,୦୦୦/-ଟଙ୍କା ଆର୍ଥିକ ସହାୟତା ମଂଜୁର କରାଯାଇଛି।

ଆଜିର ଜନ ଅଭିଯୋଗ ଶୁଣାଣୀରେ ଗ୍ରହଣ ହୋଇଥିବା ବିଭିନ୍ନ ବିଭାଗ ସମ୍ପର୍କିତ ଅନ୍ୟାନ୍ୟ ଅଭିଯୋଗ ଗୁଡିକ ଉପରେ ଅନୁଧ୍ୟାନ ପୂର୍ବକ ବିଚାର କରି ସେଗୁଡିକର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ମାନ୍ୟବର ବିଧାୟକ ଓ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି।

ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ବନଜା ଦାସ ଓ ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ ସୁତାରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ସ୍ୱତନ୍ତ୍ର ଜନ ଶୁଣାଣି କାର୍ଯ୍ୟକ୍ରମର ପରିଚାଳନାରେ ଜିଲ୍ଲା କାର୍ଯ୍ୟାଳୟ ଓ ବଡ଼ସାହି ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *