“ଜିଲ୍ଲା ସ୍ତରୀୟ ଜାତୀୟ ଚକ୍ଷୁଦାନ ପକ୍ଷ-୨୦୨୫ ପାଳିତ”

ବାରିପଦା(କ:ବ୍ଯୁ)
ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ମାନସ ରଞ୍ଜନ ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ ରୋଗ ) ଡାକ୍ତର ଶାନ୍ତନୁ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିତା ମିଶ୍ର, ଡାକ୍ତର ମଞ୍ଜୁଳା ପ୍ରଧାନ, ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟର ଚକ୍ଷୁ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସ୍ବର୍ଣ୍ଣମୟୀ ବାସ୍କେ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଅନିଲ ମହାନ୍ତି, ବାରିପଦା ଏ.ଏନ.ଏମ ତାଲିମ କେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷା ଭାରତୀ ଆରୁଖ, ଦୃଷ୍ଟି ଦାନ ସଂସ୍ଥାର ସଂଯୋଜକ ସୁ୍ଦେଶ ରୋଲହନ୍ସ ଏବଂ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁରାମ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ଡାକ୍ତର ଦଣ୍ଡପାଟ ସମସଙ୍କୁ ସ୍ୱାଗତ କରିବା ସହ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ଭନ୍ଧରେ ବକ୍ତବ୍ୟ ରଖିଥିଲେ। ଏବର୍ଷ ର ବାର୍ତା “ନିର୍ଦ୍ବନ୍ଦରେ ଚକ୍ଷୁ ଦାନ କରନ୍ତୁ, ମୃତ୍ୟୁ ପରେ ମଧ୍ୟ ଆପଣଙ୍କ ଚକ୍ଷୁ ଦୁନିଆକୁ ଦେଖୁ ଥିବ l ଚକ୍ଷୁ ଦାନ ଏକ ମହତ ଦାନ, ତେଣୁ ସମସ୍ତେ ଚକ୍ଷୁ ଦାନ କରିବାକୁ ଅତିଥିମାନେ ଉପସ୍ଥିତ ଅଂଶ ଗ୍ରହଣ କାରିମାନଙ୍କୁ ନିବେଦନ କରିଥିଲେ l ଏହା ପରେ ଉପସ୍ଥିତଥିବା ଚକ୍ଷୁ ରୋଗ ବିଶେଷଜ୍ଞ ପାୱାର ପଏଣ୍ଟ ମାଧ୍ୟମରେ ଡାକ୍ତର ମିଶ୍ର, ଡାକ୍ତର ପ୍ରଧାନ ଓ ଡାକ୍ତର ବାସ୍କେ ପୁଙ୍ଖାନୁପୁଖିକ ଭାବରେ ଚକ୍ଷୁ ରୋଗର କାରଣ, ଚିକିତ୍ସା ଏବଂ ରୋଗର ପ୍ରତିରୋଧ କିପରି କରାଯାଇ ପାରିବ ସେ ବିଷୟରେ ବୁଝାଇ ଥିଲେ l ଚକ୍ଷୁ ଦାନ ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ମୃତ ବ୍ୟକ୍ତିର ଶରୀରରୁ ଚକ୍ଷୁର ସ୍ୱଚ୍ଛ ପଟଳ(କର୍ଣ୍ଣିଆ)ସଂଗ୍ରହ କରାଯାଏ l ଜଣେ ମୃତ୍ୟୁ ବ୍ୟକ୍ତିଙ୍କର ଚକ୍ଷୁ ଦାନ ଦ୍ୱାରା ଦୁଇ ଜଣ ବ୍ୟକ୍ତିଙ୍କର ଅନ୍ଧତ୍ବ ଦୂରୀଭୂତ ହୋଇଥାଏ l ଚକ୍ଷୁ ଦାନ କରିବା ଦ୍ୱାରା ମୃତ ବ୍ୟକ୍ତିର ମୁଖ ମଣ୍ଡଳ ବିକୃତ ହୋଇ ନ ଥାଏ l ତେଣୁ ସମାଜରେ ଜନସାଧାରଣଙ୍କ ମଧ୍ୟରେ ଚକ୍ଷୁ ଦାନ ସମ୍ୱନ୍ଧରେ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହିବା ପାଇଁ ଅଂଶ ଗ୍ରହଣକାରୀ ମାନଙ୍କୁ ଆହ୍ୱାନ କରିଥିଲେ l
ଏହି ପକ୍ଷ ପାଳନ ପରିପ୍ରେକ୍ଷୀରେ ଆଜି ସକାଳେ ନର୍ସିଂ ଏ ଏନ ଏମ ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭଯାତ୍ରା ଡାକ୍ତରଖାନା ପରିସରରୁ ବାହାରି ବିଭିନ୍ନ ସଚେତନଧର୍ମୀ ବାର୍ତ୍ତା ବହନ କରୁଥିବା ସ୍ଲୋଗାନ ଇତ୍ୟାଦି ଦେଇ ସହର ପରିକ୍ରମା କରିଥିଲା।
। ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଗଣେଶ୍ୱର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *