


ରାୟଗଡ଼ : (ତପନ କାଡ୍ରାକା) ରାୟଗଡ଼ ଜିଲ୍ଲା ଓ ବ୍ଲକ, ହାଲୁଆ ପଞ୍ଚାୟତ ଅନ୍ତର୍ଗତ କୋଡାପାଡୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସମେତ ଛାତ୍ରଛାତ୍ରୀ, ପରିଚାଳନା ସମିତି ସଭାପତି ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଇନାମଣି ହଂସଦା, ସହକାରୀ ଶିକ୍ଷୟିତ୍ରୀ ସୁଜାତା କୁମାରୀ ସାହୁ ଓ ଶୁଭଶ୍ରୀ ପଣ୍ଡା ଅତିଥି ମାନଙ୍କୁ ପଞ୍ଚାସୀନ କରାଇ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପାଇଁ ମୁଖ୍ୟ ଅତିଥି ଙଃ ,ବାଦଲ କୁମାର ତା ମହାଶୟଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟ ଅତିଥି ନିଜର ବକ୍ତବ୍ୟରେ ଗୁରୁ ଦିବସ ପାଳନର ମହାନତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଆଲୋକପାତ କରିବା ସହ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ। ସମ୍ମାନୀତ ଅତିଥି ପୂର୍ବତନ ସାଧନ ସଂଯୋଜକ ପ୍ରଦୀପ କୁମାର ତ୍ରିପାଠୀ ଓ ସେବା ନିବୃତ ଶିକ୍ଷକ ଜୟଦେବ ସିଠ ଦିବସ ସମ୍ପର୍କିତ ସମ୍ୟକ ଆଲୋଚନା ପରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନେ କିଛି କହିବା ପରେ ଅତିଥିମାନଙ୍କ ଦ୍ଵାରା ଶିକ୍ଷୟିତ୍ରୀ ମହାଶୟା ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଗଣଙ୍କ ଆଦର ଆଗ୍ରହ କ୍ରମେ ଅତିଥି ମହାଶୟ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଅଣ ଆନୁଷ୍ଠାନିକ ଭାବେ ଗ୍ରାମବାସୀ ମାନଙ୍କୁ ହନୁମାନ ଚାଳିଶା ଓ ଅଙ୍ଗଛି, ଛାତ୍ରଛାତ୍ରୀମାନଙ୍କୁ ଛତା , ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ଗ୍ରାମବାସୀଙ୍କୁ ହନୁମାନ ଚାଳିଶା ପଠନର ଉପାଦେୟତା କହିବା ସହ ଆଧ୍ୟାତ୍ମିକ ଚିନ୍ତାଧାରାକୁ ଜାଗ୍ରତ କରିବା ପାଇଁ ପ୍ରେରଣା ଦେବା ସହିତ ସନାତନ ଧର୍ମର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା। ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା କରିବା,ଗୋ ମାତାଙ୍କ ସୁରକ୍ଷା କରିବା, ଅନ୍ଧବିଶ୍ୱାସ ଠାରୁ ଦୂରରେ ରହିବା, ବର୍ଜ୍ୟ ପାନୀୟ ତ୍ୟାଗ କରିବା, ସର୍ବୋପରି ରାଷ୍ଟ୍ରୀୟ କାର୍ଯ୍ୟରେ ନିୟୋଜିତ ହୋଇ ସମାଜ ସେବା କରି ନିଜେ ସୁଧାର ହେବା ସହ ସମାଜ ସୁଧାର କରିବା। ଉକ୍ତ କାର୍ଯ୍ୟକ୍ରମ ସେବା ନିବୃତ ଓ ରାଜ୍ୟ ପୁରସ୍କୃତ ଶିକ୍ଷକ ଜୟଦେବ ସିଠଙ୍କ ସାଧୁ ଉଦ୍ୟମରେ କରାଯାଇଥିଲା। ରାଷ୍ଟ୍ରୀୟ ସକ୍ଷମ ଉପଦେଷ୍ଟା ଓ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଡ଼,ବାଦଲ କୁମାର ତା ଓ ଜିଲ୍ଲା ପ୍ରଚାରକ ବିଦ୍ୟାଭୂଷଣଙ୍କ ସହଯୋଗ ମହତ୍ୱ ବଢ଼ାଇ ଥିଲା। ଶେଷରେ କମିଟିର ସଭାପତି ରବି ମିଣିଆକା ଧନ୍ୟବାଦ ଦେଇ ଥିଲେ।