ପଦ୍ମପୁରରୁ : ଆଜି ହଠାତ ଏକ ମାରନାନ୍ତକ ଦୁର୍ଘଟଣା ଘଟିଯାଇଛି l ଘଟଣାଟି ବରଗଡ଼ ଜିଲ୍ଲା ପଦ୍ମପୁରରୁ ଗାଇସିଲେଟ ଯିବା ରାସ୍ତାରେ ଏକ ଅଜଣା ପିକଅପ ଗାଡ଼ି ହଠାତ ଅଶି ଗୋଟିଏ ବାଇକରେ ଯାଉଥିବା ଦୁଇଜଣ ଯୁବକକୁ ପଛପଟୁ ଜୋରରେ ଧକ୍କା ଦେଇ ଫେରାର ମାରିଥିଲା l ଉକ୍ତ ଘଟଣାରେ କୁଡାସିଂହାର ନୀଳମଣି ମେହେର ଓ ନୀଳାଦ୍ରି ପାତ୍ର l କିନ୍ତୁ ଦୁଇ ଜଣ ଭିତରୁ ଜଣକର ଗୋଡ଼ ହାତ ଭାଙ୍ଗିଯାଇଥିବାର ସୂଚନା ମିଳିଛି ଏବଂ ଆଉ ଜଣଙ୍କ ଖଣ୍ଡିଆ ଖାବର ହୋଇପଡିଛି l ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପଦ୍ମପୁର ଅଗ୍ନିଶମ ବିଭାଗକୁ ଜଣାଇବାରୁ ସଙ୍ଗେ ସଙ୍ଗେ ଘଟଣା ସ୍ଥାନକୁ ପହଂଚି ପଦ୍ମପୁର ମୁଖ୍ୟ ଚିକିତ୍ସାଲୟକୁ ନେଇଛନ୍ତି l ଘଟଣାଟି ଚିକିତ୍ସା ପରେ ଜଣାପଡିବ l ରିପୋର୍ଟର ଫକୀର ଦୀପ l