ଗୁରୁ-ଦିବସ

(କବିଶ୍ରୀ ଶମ୍ଭୁନାଥ ଦାସ, କୋଲକାତା )
~~
ଜନ୍ମ – ଜୟନ୍ତୀ’ରେ ସଭକ୍ତି ପ୍ରଣତି
ଶ୍ରଦ୍ଧାଞ୍ଜଳି ସମର୍ପଣ,
ହେ ପବିତ୍ର ଆତ୍ମା ପୂର୍ବ – ରାଷ୍ଟ୍ରପତି
ସର୍ବପଲ୍ଲୀ ରାଧାକ୍ରିଷ୍ଣ !

ଗୁରୁ ଦିବସ’ରେ ଗୁରୁ-ଗୁରୁଜନେ
ଭକ୍ତି ଅର୍ଘ୍ୟ ନିବେଦନ ,
ସ୍ନେହ ଶ୍ରଦ୍ଧା ଭକ୍ତି – ପ୍ରୀତି’ରେ ସମାଜ
ହେଉ ସୁସ୍ଥ ସୁଶୋଭନ !

ଆଦର୍ଶବାଦ’ରେ ଶିକ୍ଷକ ସମାଜ
ଲଭନ୍ତୁ ଯଶ-ସମ୍ମାନ,
ବିଦ୍ୟାଳୟ ହେଉ ମନ୍ଦିର ସମାନ
ଦୃଢ଼ ହେଉ ଶିକ୍ଷା-ଦାନ !

ପିତା-ମାତା ସାଥେ ଗୁରୁଜୀମାନଙ୍କୁ
ଭକ୍ତି ଭୂମିଷ୍ଠ ପ୍ରଣାମ,
ପ୍ରଭୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ପାଦ-
ପଦ୍ମେ କୋଟି କୋଟି ନମଃ ।

ଶୁଭ ପରମ୍ପରା ମହକିତ ହେଉ
ଗୁରୁଦେବ’ଙ୍କ କଲ୍ୟାଣ,
ଜାତୀୟ ସଂହତି ଭାବମୟ ହେଉ
ସର୍ବେ ଭବନ୍ତୁ ସୁଖିନଃ !

ଗୁରୁ-ଶିଷ୍ୟ ଭାବ- ବନ୍ଧନେ ମହକୁ
ପାବନୀ ଭାରତ-ବର୍ଷ,
ଗୁରୁ ଦିବସ’ରେ ସଂପ୍ରୀତି ଶୁଭେଚ୍ଛା
ବୋଲେ ଶମ୍ଭୁନାଥ ଦାସ !!

Leave a Reply

Your email address will not be published. Required fields are marked *