କେସିଙ୍ଗା ରେଳ କର୍ତ୍ତୃପକ୍ଷ ଙ୍କ ସହ ବିଜେପି କର୍ମୀ ଙ୍କ ବୈଠକ

କେସିଙ୍ଗା ତା 01.09.25

୨୯ ଅଗଷ୍ଟ ଭୁବନନେଶ୍ୱର ଠାରେ ହୋଇଥିବା ଜେଡ ଆର ସି ସି ବୈଠକ ରେ ରାଜ୍ୟ ସଭା ସାଂସଦ ଶ୍ରୀ ସୁଜିତ କୁମାର ସେଠ ଙ୍କ ଦ୍ୱାରା କେସିଙ୍ଗା ରେଲୱେ ଷ୍ଟେସନ ର ବିଭିନ୍ନ ସମସ୍ୟା ବିଷୟରେ ଚର୍ଚା କରିଥିଲେ ତେଣୁ ଆଜି ସମ୍ବଲପୁର ଡିଭିଜନ ରୁ ସତ୍ୟବ୍ରତ ସେଠ ସି ଆଇ ଙ୍କୁ କେସିଙ୍ଗା ବିଜେପି କର୍ମୀ ଓ ରେଳ ଯାତ୍ରୀ ସଂଘ ର କାର୍ଯ୍ୟକର୍ତା ଙ୍କ ସହ ଏକ ବୈଠକ କରାଯାଇ ଥିଲା | ଏହି ବୈଠକ ରେ ପ୍ଲାଟଫର୍ମ ୦୪ ରେ ଆଗରୁ ୬ ଗୋଟି ଟ୍ରେନ ରହୁଣି ଵୈବସ୍ଥା ଥିଲାବେଳେ ଆଉ ୪ ଗୋଟି ଟ୍ରେନ ରହୁଣି ପାଇଁ ଵୈବସ୍ଥାବ ହଉ ବୋଲି ଅନୁରୋଧ କରାଗଲା | ଟ୍ରେନ ନମ୍ବର ୧୨୮୦୭ ସମତା ଏକ୍ସପ୍ରେସ୍ ,୧୮୫୩୦ ବିଶାଖାପାଟମ ଦୁର୍ଗ ଏକ୍ସପ୍ରେସ୍ ,୧୩୩୫୨ ଅଲଲେପି ଧନବାଦ ଓ ୧୨୮୪୩ ପୁରୀ ଦୁର୍ଗ ଏକ୍ସପ୍ରେସ୍ ଗାଡି ର ରହୁନି ପ୍ଲଟଫର୍ମ ୦୪ ରେ ଵୈବସ୍ଥା କରିବା ପାଇଁ , ଯଥା ଶୀଘ୍ର ୧୦ ଗୋଟି ଗାଡି ର ପ୍ଲାଟଫର୍ମ ନମ୍ବର ୪ ରେ ରହୁନି ଵୈବସ୍ଥା କରାଯିବ ବୋଲି ଆଶ୍ଵାସନ ଦେଲେ ଆସିଥିବା ସି ଆଇ ,ଏହି ବୈଠକ ରେ ଉପାସ୍ଥିତ ଥିଲେ କେସିଙ୍ଗା ସି ଆଇ ରୋହିତ ମହାଲିଙ୍ଗ,ଏସ ଏମ ଡି କେ ରାଉତ ,ପୂର୍ବତନ ସଭାପତି ମଗନ ସିନ୍ଦୁର ,ପ୍ରଶାନ୍ତ ବାନାର୍ଜୀ ,ଉପ ସଭାପତି ପ୍ରୀତେଶ ପଟେଲ ,ସୁନୀଲ ଜୈନ ଓ ବିମଲ ବାଗ ପ୍ରମୁଖ |

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *