ଶିଳ୍ପ ମନ୍ତ୍ରି ଙ୍କ କର କମଳରେ ପ୍ରେସ ଗ୍ୟାଲେରୀ ଉଦଘାଟନ , ପାରାଦୀପ

ପାରାଦୀପ : ବହୁ ପ୍ରତୀକ୍ଷା ପରେ ଆଜି ପାରାଦୀପ ଆଦର୍ଶ ଥାନା ନିକଟରେ ପାରାଦୀପ ସାମ୍ବାଦିକ ମାନେ ସକାଳେ ଏକତ୍ରିତ ହୋଇ ପେପର ପଢୁ ଥିବା ଜାଗାରେ ଏକ ଗ୍ୟାଲେରୀ ନିର୍ମାଣ କରାଯାଇ ଥିଲା l ଯାହା ସ୍ୱାୟତ୍ତ ଶାସନ ଦିବସରେ ଓଡିଶାର ମାନ୍ୟବର ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପହଞ୍ଚି ନଡ଼ିଆ ବାଡେଇ ନିଜ କର କମଳରେ ଶୁଭ ଉଦଘାଟନ କରିଥିଲ l ଏଥିରେ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ଯୋଗ ଦେଉଥିବା ବେଳେ ପାରାଦୀପ ପୌର ପରିଷଦ ର ଉପାଧ୍ୟକ୍ଷ ଛବିରାଣି ରାଉତ ଓ ପାରାଦୀପ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l ଏଥିସହ ପାରାଦୀପ ପୌର ପରିଷଦର ବହୁ ପାରିଷଦ ଯୋଗ ଦେଇ ଥିବା ଦେଖା ଯାଉଥିଲା l ଏହି କାର୍ଯ୍ୟକ୍ରମରେ ପାରାଦୀପ ବଡ଼ ପଡିଆ ମାର୍କେଟ ର ବଣିକ ସଂଘ ର ସଭାପତି ଯୋଗ ଦେଇ ଥିବା ବେଳେ ବହୁ ବ୍ୟବସାୟୀ ଭାଇ ମାନେ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l ଏଥି ଶହ ବହୁ ସାମ୍ବାଦିକ ବନ୍ଧୁ ମାନେ ଏହି କାର୍ଯ୍ୟ କ୍ରମ ରେ ଯୋଗ ଦେଇ ନିଜକୁ ଧନ୍ୟ ମନେ କରିଥିଲେ l ଏହି ପ୍ରେସ ଗ୍ୟାଲେରୀ ଟି ସାମ୍ବାଦିକ ଙ୍କ କାର୍ଯ୍ୟରେ ଲାଗୁଥିବା ବେଳେ ଏଥିରେ ବହୁ ବାଟେଇ ମାନେ କିଛି ସମୟ ପାଇଁ ଆଶ୍ରୟ ମଧ୍ୟ ନେଇ ଥିବା ଦେଖିବାକୁ ମିଳୁଛି l

Leave a Reply

Your email address will not be published. Required fields are marked *