ଆସନ୍ତା ୩ରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ନୂତନ କମିଟିର ଏହା ପ୍ରଥମ ବୈଠକ

ପୁରୀ ୨୯।୮: ଆସନ୍ତା ୩ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ନୂତନ କମିଟିର ଏହା ପ୍ରଥମ ବୈଠକ । ବୈଠକରେ ନୂତନ ସବ୍ କମିଟି ଗଠନ ହେବ । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା, ରତ୍ନଭଣ୍ଡାର ଗଣତି, ମଣତି ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ନିଳାଦ୍ରୀ ଭକ୍ତ ନିବାସ ଠାରେ ଦିନ ୧୦ଟା ୩୦ମିନିଟ୍‌ରେ ବୈଠକ ବସିବ

Leave a Reply

Your email address will not be published. Required fields are marked *