ବଡ଼ଦେଉଳରେ ଋଷି ପଞ୍ଚମୀ ବ୍ରତ , ମାର୍କଣ୍ଡରେ ବିଜେ ହେଲେ ଲକ୍ଷ୍ମୀ ସାଆନ୍ତାଣୀ, ପୂଜାପଣ୍ଡା ପଢ଼ିଲେ ପୁରାଣ , ଋଷି ପଞ୍ଚମୀ ନୀତି ସାରି ମାର୍କଣ୍ଡେୟ ପୁଷ୍କରିଣୀରୁ ଫେରୁଛଡି ମହାଲକ୍ଷ୍ମୀ ଓ ମହାପ୍ରଭୁ ମାର୍କଣ୍ଡେଶ୍ୱର

ପୁରୀ,(ବଳରାମ ତ୍ରିପାଠି ରିପୋର୍ଟ) : ପୁରୀ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥ୍‌ ଗୁରୁବାର ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ପର୍ବ ଅବସରରେ ମା’ ମହାଲକ୍ଷ୍ମୀ ଋଷି ପଞ୍ଚମୀ ବ୍ରତ ପାଳନ କରିବା ସହ ଅପରାହ୍ନରେ ମାର୍କଣ୍ଡରେ ବିଜେ ହୋଇଥିଲେ। ସଠାରେ ମହାଜନ ସେବକମାନେ ମହାଲକ୍ଷ୍ମୀଙ୍କ ମାଜଣା କରିଥିଲେ ଲେ। ଠାକୁରାଣୀଙ୍କ ସମ୍ମୁଖରେ ପୂଜାପଣ୍ଡା ସାମନ୍ତ୍ର ପୁରାଣ । ପଢ଼ିଥିଲେ। ସପ୍ତ ଋଷିଙ୍କୁ ଫଳ ଭୋଗ ଲଗାଇ

ସନ୍ଧ୍ୟା ସୁଦ୍ଧା ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ। ଏଥି ସହ ବ୍ରତଧାରୀ ମହିଳାମାନେ ନୂତନ ଭାବେ ସପ୍ତ ବର୍ଷ ବ୍ୟାପି ବ୍ରତ ଆରମ୍ଭର ସଂକଳ୍ପ ନେଇଥିଲେ। ଯାହାର ୭ ବର୍ଷ ପୂରିଛି ବ୍ରତ ଉଜାଇଁଥିଲେ।

ଠାକୁରଙ୍କ ସକାଳ ଧୂପ ସରିଲା ପୂର୍ବାହ୍ନ ୧୧ଟା୪୦ ମିନିଟ୍‌ରେ । ଏହାପରେ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ମା’ ଲକ୍ଷ୍ମୀ ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ

ଶ୍ରୀମନ୍ଦିରରୁ ବାହାରିଥିଲେ। ମାର୍କଣ୍ଡେୟଙ୍କ ମନ୍ଦିର ପରିସରରେ ପହଞ୍ଚିଲା ପରେ ମହାଜନମାନେ ହାତରେ ଠାକୁରାଣୀ’ଙ୍କୁ ଗମ୍ଭୀରାରେ ବିଜେ କରାଇଥିଲେ। ସେଠାରେ ଠାକୁରାଣୀଙ୍କ ମାଜଣା ଓ ବନକଲାଗି ସହ ବରୁଣ ପୂଜା ବଢ଼ିଥିଲା । ଏଥିସହ ପୂଜାପଣ୍ଡା ସାମନ୍ତ୍ର ଋଷି ପଞ୍ଚମୀ କଥା ବାଖ୍ୟା କରିଥିଲେ। ସପ୍ତଋଷିଙ୍କୁ ଫଳ ଭୋଗ କରାଯାଇଥିଲା। ଠାକୁରାଣୀଙ୍କୁ ଶୀତଳ ଭୋଗ ଅର୍ପଣ ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ି ଥିଲେ । । ସନ୍ଧ୍ୟା ୭ଟାଂ୫ମିନିଟ୍‌ରେ ଠାକୁରାଣୀ ସିଂହାସନକୁ ବିଜେ କରିଥିଲେ । ଏହି ଅବସରରେ ଦର୍ଶନାର୍ଥୀମାନେ ମାର୍କଣ୍ଡେୟ ପରିସରରେ ଏହି ଦେବ ନୀତି ଦେଖିବାର ସୌଭାଗ୍ୟ ଲଢିଥିଲେ। ମହାଲକ୍ଷ୍ମୀ ଋଷି ପଞ୍ଚମୀ ବ୍ରତ ପାଳନ କରୁଥିବାରେ ଠାକୁରାଣୀଙ୍କୁ ରାଣୀଙ୍କୁ ଅନୁସରଣ କରି ମହିଳାମାନେ ଶୁଦ୍ଧପୂତ ଭାବେ ଏହି ଏହି ବ୍ରତ୍ତ ପାଳନ କରନ୍ତି। ୭ ବର୍ଷ ପାଇଁ ଏହି ବ୍ରତ ପାଳନ କରଯିବାର ବିଧ ରହିଛି।

ଏଠାରେ ସୂଚନାଯୋଗ୍ୟ, ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରିବା ପୂର୍ବରୁ ମାର୍କଣ୍ଡେଶ୍ୱରଙ୍କ ସେବକମାନେ ବଡ଼ ଦେଉଳ ଦକ୍ଷିଣି ଘରୁ ମାର୍କ ଣ୍ଡେଶ୍ୱରଙ୍କୁ ମାର୍କଣ୍ଡ ପରିସରକୁ ବିଜେ କରାଇଥିଲେ। ସେଠାରେ ନୀତି ସମ୍ପନ୍ନ ପରେ ଠାକୁର ଦକ୍ଷିଣି ଣି ଘରକୁ ପ୍ରତି ପ୍ରତ୍ୟାବର୍ତ୍ତନ କରିଥିଲେ

Leave a Reply

Your email address will not be published. Required fields are marked *