ଚମକିବ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିର , ଠିକା ସଂସ୍ଥା ଦ୍ୱାରା ଶିଳାନ୍ୟାସ । ଉନ୍ନତିକରଣରେ ଖର୍ଚ୍ଚ ହେବ ୩୬ କୋଟି ।

ରାୟଗଡ-ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଚମକିବ । ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୩୬ କୋଟି। ଆଜି ଠିକା ସଂସ୍ଥା ମାଲିକ ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ସମେତ ତାଙ୍କ ପରିବାର,ମନ୍ଦିର ପରିଚାଳନା କମିଟି ସଦସ୍ୟ, ମନ୍ଦିର ପୂଜକ , ମନ୍ଦିର କର୍ମଚାରୀଙ୍କ ଉପସ୍ଥିତିରେ ରାଜ ପୁରୋହିତ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାସ ଶିଳାନ୍ୟାସ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୬ କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଅଧିନରେ ଟେଣ୍ଡର ପକ୍ରିୟାରେ କାଶୀକଞ୍ଚନ ପ୍ରାଇଭେଟ ଲିମିଟେଡ଼ କଷ୍ଟ୍ରକ୍ସନ ଦ୍ୱାରା ଉନ୍ନୟନ କାର୍ଯ୍ୟ ହେବ। ମାଙ୍କ ମନ୍ଦିରର ଚତୁର୍ପାର୍ଶ୍ବରେ ଉନ୍ନତିକରଣ କରାଯିବା ସହ ତିନି ଦ୍ବାର ପାଇଁ ପକ୍କା ରାସ୍ତା,ଅତିଥି ଭବନ,ମନ୍ଦିର କାର୍ଯ୍ଯାଳୟ, ମୁଣ୍ଡନ କକ୍ଷ,ପାର୍କ, ଶୌଚାଳୟ, ବିଶ୍ରାମଗାର ଓ ଯାନବାହନ ରଖିବା ପାଇଁ ପାର୍କିଂ ର ବ୍ଯବସ୍ଥା କରାଯିବ। ଆସନ୍ତା ୨୪ ମାସ ମଧ୍ଯରେ ସମସ୍ତ କାର୍ଯ ଶେଷ କରିବା ପାଇଁ ଉକ୍ତ ଠିକା ସଂସ୍ଥା ଲକ୍ଷ ଧାର୍ଯ୍ୟ ରଖିଛି। ମନ୍ଦିର କୁ ରାଜ୍ଯ ତଥା ବାହାର ରାଜ୍ଯର ଶ୍ରଦ୍ଧାଳୁ ମାନେ ଆସି ଯେପରି ମାଙ୍କର ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ପ୍ରକାର ବ୍ଯବସ୍ଥା କରାଯିବ। ଯାହାକି ରାଜ୍ୟ,ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ଶ୍ରଦ୍ଧାଳୁଙ୍କୁ ଅଧିକ ଆକର୍ଷଣ କରିବ ମା ମଝୀଘରିଆଣୀ ମନ୍ଦିର। ଯାହାକୁ ନେଇ ଶ୍ରଦ୍ଧାଳୁ ମାନେ ମଧ୍ଯ ବେଶ୍ ଖୁସି ଅନୁଭବ କରିବା ସହ ମନ୍ଦିର ପରିଚାଳନା କମିଟି ଅଧକ୍ଷ ରାଇସିଂ ବିଡିକା ସରକାରଙ୍କୁ ଧନ୍ଯବାଦ ଅର୍ପଣ କରିଛନ୍ତି । ଏହି ଶିଳାନ୍ୟାସ ସମୟରେ ଅନ୍ୟମାନଙ୍କ ମଧ୍ୟରେ ରାଧା କୃଷ୍ଣ ଦଳେଇ,ପି ବାସୁଦେବ ରାଓ, ମାଂଗାରାଜୁ ହୁଇକାଙ୍କ ସମେତ ପୂଜକ ଚନ୍ଦ୍ର ପୂଜାରିଙ୍କ ସମେତ ସମସ୍ତ
କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *