
ବାରିପଦା-ଉଦଳା(କ:ବ୍ଯୁ) ତା`୧୩\୦୮\୨୫
ଡ୍ରପ୍ଆଉଟ୍ ହୋଇଥିବା ପିଲାଙ୍କୁ ଚିହ୍ନଟକରଣ କରି ଶିକ୍ଷାର ଯେକୌଣସି ଧାରରେ ସାମିଲ୍ କରିବା, ଆଦୌ ନାମ ଲେଖାଇ ନ ଥିବା ପିଲାଙ୍କୁ ବୟସ ଅନୁଯାୟୀ ଶ୍ରେଣୀରେ ନାମ ଲେଖାଇବା, ପାଠ ପଢୁଥିବା ପିଲାଙ୍କୁ ବିଦ୍ୟାଳୟରେ ଧରି ରଖିବା ଓ ସେମାନେ ଯେପରି କେବେ ଡ୍ରପ୍ଆଉଟ୍ ନ ହୁଅନ୍ତି ସେ ଦିଗରେ କାର୍ଯ୍ୟ କରିବା, ଓ ପିଲାଙ୍କ ଶିକ୍ଷଣ ବ୍ୟବଧାନ ପାଇଁ ବ୍ରିଜ୍ କୋର୍ସ କରିବା ଆଦିକୁ ଧ୍ୟାନରେ ରଖି କଇଁସାରୀ କ୍ଳଷ୍ଟରର ଆଞ୍ଚଳିକ ସାଧନ ସଂଯୋଜକ ଶାନ୍ତନୁ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାନ ଖଲାଡ଼ି ଠାରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ଳଷ୍ଟର ସ୍ତରୀୟ ଆସ ସ୍କୁଲ ଯିବା-2025-26 କମିଟି ଗଠିତ ହୋଇଛି. ଏଥିରେ କ୍ଳଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ/ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ୱାର୍ଡମେମ୍ବର, ଖଲାଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ ସସ୍ମିତା ବାରିକ, ପଞ୍ଚାୟତ ସମିତି ସଭ୍ଯା ସବିତା ବେହେରା ପ୍ରମୁଖ ଯୋଗ ଦେଇ ଆମ ପଞ୍ଚାୟତକୁ ଡ୍ରପ୍ଆଉଟ୍ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ. ଉପସ୍ଥିତ ୱାର୍ଡମେମ୍ବରମାନେ ଏହି କାର୍ଯ୍ୟକ୍ରମକୁ ଆଦର ସହକାରେ ଗ୍ରହଣ କରିଥିଲେ ଓ ପୂର୍ଣ୍ଣ ସହଯୋଗର ହାତ ବଢାଇଥିଲେ.
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)