

ପାରାଦୀପ : ପାରାଦୀପ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ର ସଧାରଣ ସଭା ପାରାଦୀପ ପୋର୍ଟ କ୍ଲବ ପରିସରରେ ଅନୁଷ୍ଠିତ କରାଯାଇ ଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବେ ପାରାଦୀପ ପୌର ପ୍ରଶାସନ ର ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ଯୋଗ ଦେଇ ପ୍ରଦୀପ ପ୍ରଯୋଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଏଥିରେ ଟ୍ରଷ୍ଟ ର ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ ପୌରହିତ୍ କରିଥିବା ବେଳେ ଏଥିରେ ଟ୍ରଷ୍ଟ ର ଅଧକ୍ଷ ରତ୍ନାକର ସ୍ବାଇଁ , ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଶୁକଦେବ ଜେନା , ଉପଦେଷ୍ଟା ରତ୍ନାକର ଜେନା,ସଧାରଣ ସମ୍ପାଦକ ପ୍ରଶାନ୍ତ ସ୍ବାଇଁ , କୋଷାଧ୍ୟକ୍ଷ ସନ୍ତୋଷ ଭାରତୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି ସଭାରେ ବହୁ ସାମ୍ବାଦିକ ବନ୍ଧୁ ମାନେ ଯୋଗଦେଇଥିବା ଦେଖିବାକୁ ମିଳୁଥିଲା l ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀ ବସନ୍ତ ବିଶ୍ବାଳ ସାମ୍ବାଦିକ ନିମନ୍ତେ ଗଢା ଯାଉଥିବା କଲ୍ୟାଣ ଟ୍ରଷ୍ଟ ବୋଡ଼ କୁ ନେଇ ପ୍ରଶଂସା କରିଥିଲେ l ଏହି ଟ୍ରଷ୍ଟ କୁ ପାରାଦୀପ ପୌର ପରିଷଦ ତରଫରୁ ସମସ୍ତ ସହ ଯୋଗ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଉଥିଲେ l ସାମ୍ବାଦିକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କଥା ଆଲୋଚନା କରାଯାଇଥିଲା l ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସହିତ ଆର୍ଥିକ ସ୍ଥିତି ଉପରେ ମଞ୍ଚାଷିନ ଅତିଥି ମାନଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା କରାଯାଇଥିଲା ବେଳେ ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ଜରୀଆରେ ସହ ଯୋଗର ହାତ ବଢା ଜାଇ ପାରିବାର ବୋଲି ଆଶା ଓ ଭରସା ଥିବା ଜଣାଯାଇ ଥିଲା l ଶେଷରେ ସଭା ସାଙ୍ଗ କରାଯାଇ ଥିଲା l