
ଖପ୍ରାଖୋଲ :-୯/୮ ( ସରୋଜ କୁମାର ସାହୁ ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ହରିଶଙ୍କର ନିକଟସ୍ଥ ବନମାଲ ଗ୍ରାମରେ ପ୍ରଜାପତି ବ୍ରହ୍ମାକୁମାରୀ ଗୀତା ପାଠଶାଲା ଆନୁକୁଲ୍ୟରେ ରକ୍ଷାବନ୍ଧନ ଉତ୍ସବ ପାଳନ ହୋଇଯାଇଛି । ଭକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଖପ୍ରାଖୋଲ ବିଡିଓ ବିବେକାନନ୍ଦ ସଡଙ୍ଗୀ ଯୋଗଦାନ କରିଥିଲେ । ପ୍ରଥମେ ପାଠଶାଲାର ପରିଚାଳକ ବିକେ ଉମାକାନ୍ତ ମାଝୀ ସହ ସମସ୍ତ ଭଉଣୀ ମାନେ ବିଡିଓଙ୍କୁ ପୁଷ୍ପଗୁଛଦେଇ ସ୍ଵାଗତ କରିଥିଲେ ଏବଂ ଭଉଣୀ ବିକେ ପ୍ରବୀଣା ବିଡିଓ ଙ୍କୁ ରାକ୍ଷୀ ବାନ୍ଧି ଥିଲେ ।ଏହି ଉତ୍ସବରେ ଭଉଣୀ ବିକେ ସବିତା, ବିକେ ଦୀପକ ,ବିକେ ମାନସ,ବିକେ ଅଞ୍ଚଳୀ,ବିକେ ସାବିତ୍ରୀ, ବିକେ କୌସଲ୍ୟା ସହଯୋଗ କରିଥିଲେ । ଆଖପାଖ ଅଞ୍ଚଳରୁ ପ୍ରାୟ ଶତାଧିକ ଭାଇ ଓ ଭଉଣୀ ଯୋଗଦାନ କରି ଭଉଣୀ ବିକେ ପ୍ରବୀଣାଙ୍କ ହାତରୁ ରାକ୍ଷୀ ବାନ୍ଧିଥିଲେ । ଶେଷରେ ପ୍ରସାଦ ସେବନ କରି ଉତ୍ସବକୁ ସମାପନ କରିଥିଲେ ।