ପ୍ରେମ ସ୍ୱରୂପର ୧୮ତମ ଜନ୍ମଦିନରେ ୧୮ ୟୁନିଟ ରକ୍ତ ସଂଗ୍ରହ

କଟକ : ତା ୩୧ରିଖ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ କେନ୍ଦ୍ରୀୟ ରେଡ଼କ୍ରସ ରକ୍ତକେନ୍ଦ୍ର ଠାରେ ବ୍ଲଡ଼ ଡୋନରସ କାଉନସିଲ ଆନୁକୂଲ୍ୟରେ ନିଆରା ଢଙ୍ଗରେ ୧୮ ତମ ଜନ୍ମଦିନ କୁ ପାଳନ କରିଛନ୍ତି ପ୍ରେମ ସ୍ୱରୂପ। ଏକ ସ୍ବେଛାକୃତ ରକ୍ତଦାନ ଶିବିର ମାଧ୍ୟମ ରେ ପରିବାର ଲୋକ ଓ ସାଙ୍ଗ ମାନଙ୍କ ସହ ରକ୍ତଦାନ କରି।ଏହି ସ୍ବେଛାକୃତ ରକ୍ତଦାନ ଶିବିରରେ ବ୍ଲଡ଼ ଡୋନରସ କାଉନସିଲ ର ସାଧାରଣ ସମ୍ପାଦକ ତଥା ଫେଡେରେସନ ଅଫ ଇଣ୍ଡିଆନ ବ୍ଲଡ଼ ଡୋନର୍ସ ଅର୍ଗାନାଇଜେସନ ର ଜାତୀୟ ଉପସଭାପତି ଡ଼କ୍ଟର ପ୍ରଶାନ୍ତ କୁମାର ଦାଶ, ଡାକ୍ତର ବିକାଶ କୁମାର ପ୍ରସାଦ, ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ, ଡାକ୍ତର କିଶୋର ଚନ୍ଦ୍ର ବେହେରା, ଡାକ୍ତର ରଘୁନାଥ ବେଉରିଆ,ଡାକ୍ତର କନକ ଦେଇ,ଡ଼କ୍ଟର ସୌଦାମିନୀ ନାୟକ,ରବି ଶଙ୍କର ତ୍ରିପାଠୀ, ଲଲାଟେନ୍ଦୁ ବଡୁ, ଇଂ ସନ୍ଦୀପ ବିଶ୍ୱାଳ,ସୁଶାନ୍ତ କୁମାର ସାହୁ,ପୁଷିତା ମହାପାତ୍ର, ବରୁଣ ମିଶ୍ର,ଅବିନାଶ ଦାଶ,ବିଶ୍ୱରଂଜନ ସାହୁ, କୁସୁମ ମଞ୍ଜରୀ ଦାସ, ସୁଭଦ୍ରା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ୧୮ ୟୁନିଟ ରକ୍ତ ସଗୃହିତ ହୋଇଥିଲା। ଶିବିର ପରିଚାଳନା ରେ ବିବେକାନନ୍ଦ ଦଳାଇ, ମନୋରମା ଦାଶ,ମନୋଜ କୁମାର ପାହାଡ଼ସିଂ, ସଂଜୀବ ଦାଶ,ଗୀତାଞ୍ଜଳି ବେଉରିଆ, ଅମରେନ୍ଦ୍ର ଦାଶ, କୃଷ୍ଣ ପ୍ରସାଦ ଶତପଥୀ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *