ସ୍ତନ୍ୟପାନ ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ପଞ୍ଚାୟତ ଅନ୍ତର୍ଗତ ବଡ଼ତାରାଗୁଡା ଗ୍ରାମ ଠାରେ ସ୍ତନ୍ୟପାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସ ବି ଆଇ ଫାଉଣ୍ଡେସନ ଓ ରାମକି ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ଗର୍ଭବତୀ ଓ ପ୍ରସୂତି ମହିଳା ମାନେ ଭାଗ ନେବା ସହ ଆଶାକର୍ମୀ ପଦ୍ମାଳୟା ବିଶୋଇ, ଅଙ୍ଗନବାଡି କର୍ମୀ ବୁଟୁକି ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ଏସ ବି ଆଇ ସଂଜୀବିନି ଏମ ଏମ ୟୁ ପ୍ରକଳ୍ପରୁ ପ୍ରୋଜେକ୍ଟ କୋଡ଼ିନେଟର ନମିତା ସୁନା,ଡ଼ଃ ମନଜ କୁମାର ମାଝୀ,ଫାର୍ମାସିଷ୍ଟ ଡିଭାଇନ କର,ଲାଵ ଟେକ୍ନିସିଆନ ବିପ୍ଳବ ରାୟ ଓ ପାଇଲଟ ସୁଜିତ ଭତ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ପ୍ରସୂତି ଓ ଗର୍ଭବତୀ ମାଆ ମାନଙ୍କୁ ସ୍ତନ୍ୟପାନ ର ଗୁରୁତ୍ୱ , ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ସ୍ତନ୍ୟପାନ କରାଇବା , ସ୍ତନ୍ୟପାନ କରାଉଥିବା ମାଆ ପ୍ରଚୁର ପରି ମାତ୍ରାରେ ଖାଦ୍ୟ ଖାଇବା , ଯଥେଷ୍ଟ ତରଳ ପଦାର୍ଥ ସେବନ କରିବା , ଏବଂ ସ୍ତନ୍ୟପାନ ସମୟରେ ଶିଶୁକୁ କିପରି ଧରିବା ସେ ବିଷୟରେ ଡ଼ଃ ମନଜ ମାଝୀ ବୁଝାଇଥିଲେ । ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ ଅନ୍ୟ କୌଣସି ବାହାର ଖାଦ୍ୟ ନ ଦେଇ କେବଳ ମା କ୍ଷୀର ଦେବାକୁ ଉତ୍ସାହିତ କରିଥିଲେ । ଶେଷରେ ପ୍ରକଳ୍ପ ସଂଯୋଜିକା ନମିତା ସୁନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *