କାଦୁଅ ରାସ୍ତା ନେଇଧାନତଳି ରୋଇ ମହିଳାଙ୍କ ପ୍ରତିବାଦ

ନବରଙ୍ଗପୁର(ଅନିଲ ପ୍ରଭାତ ଭତ୍ରା)— ରାସ୍ତା ସାରା କାଦୁଅ ପଚ ପଚ | ଚାଲିକି ଯିବା ମୁସ୍କିଲ | କାହାକୁ କହିଲେ ଶୁଣିଲେ ନାହିଁ ଶେଷରେ ରାସ୍ତାରେ ଧାନ ତୋଳି ରୋଇ କଲେ ପ୍ରତିବାଦ | ନାକଟିଗୁଡା ପଞ୍ଚାୟତ ପୁଞ୍ଜିଗୁଡା ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି। ପକ୍କା ରାସ୍ତା ନଥିବାରୁ ବର୍ଷାଦିନେ ଗ୍ରାମ ବାସିଙ୍କୁ ଘରୁ ବାହାରିବା କଷ୍ଟକର ହୋଇ ପଢୁଛି। ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କଲେ ମଧ୍ୟ ସୁଫଳ ମିଳୁ ନଥିବାରୁ ଆଜି କାଦୁଅ ରାସ୍ତାରେ ଗାଁର ମହିଳାମାନେ ଧାନତଳି ରୋଇ ପ୍ରତିବାଦ କରିଛନ୍ତି ।
ଚାରି ଗ୍ରାମ ର ମହିଳାଙ୍କ କହିବା ପ୍ରକାରେ, ବିଶେଷକରି ବର୍ଷାଦିନେ ଯାତାୟାତରେ ସମସ୍ୟା ରହୁଛି। ମାଟିରାସ୍ତାରେ ବର୍ଷା ପାଣି ଜମିବା ସହ କାଦୁଅ ହୋଇଯାଉଛି I ଘର ଅଗଣାକୁ ରାସ୍ତା ଲାଗିଥିବାରୁ ଘରୁ ବାହାରିବା କଷ୍ଟକର ହେଉଛି। କାଦୁଅ ରାସ୍ତା ଯୋଗୁ ମଶାବଂଶ ବୃଦ୍ଧି ପାଇବା ସହ ଦୁର୍ଗନ୍ଧ ହେଉଛି। ଏଭଳି ପରିବେଶରେ ରହୁଥିବାରୁ ଗ୍ରାମ ବାସି ଅନେକ ସମୟରେ ଜ୍ଵରରେ ଆକ୍ରାନ୍ତ ହେଉଥିବା କହିଛନ୍ତି । ରାସ୍ତା ନଥିବାରୁ ବର୍ଷାଦିନେ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରୁନି। ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ପିଚୁରାସ୍ତା ପର୍ଯ୍ୟନ୍ତ ଚାଲିଚାଲି ନହେଲେ ଖଟିଆରେ ବୋହି ନେବାକୁ ପଡ଼ୁଛି । ବାରମ୍ବାର ଦାବି ପରେ ମଧ୍ୟ କେହି ନଶୁଣିବାରୁ ଆଜି ବାଧ୍ୟହୋଇ କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ | କମଳା ଭତରା, ବେଳ ଭତରା, ରାଧି ଭତରା, ସୁଧାରମା ଭତରା, ମାଳତୀ ଭତରା, ଚନ୍ଦ୍ରି ଭତରା, ପାର ଭତରା, ସୁନାମଣି ଭତରା, ବୈଦି ଭତରା,ମନକି ଭତରା, ସୁଶୀଳା ଭତରା ଭଲ ରାସ୍ତା ଟିଏ ଲାଗି ନିବେଦନ କରିଛନ୍ତି

Leave a Reply

Your email address will not be published. Required fields are marked *