କ୍ରସର ମାଲିକ ସଂଘ ସଭାପତି ଙ୍କ ବିୟୋଗରେ ସ୍ମୃତି ଚାରଣ ସଭା।

ଚଣ୍ଡିଖୋଲ ୩୦/୭(କ ବ୍ୟୂ) ଯାଜପୁର ଜିଲ୍ଲା କ୍ରସର୍ ମାଲିକ ସଂଘ ର ପ୍ରଥମ ସଭାପତି ଫକୀର ଚରଣ ସାମଲ ଙ୍କ ବିୟୋଗରେ ଏକ ସ୍ମୃତି ଚାରଣ ସଭା ଚଣ୍ଡିଖୋଲ ସନ୍ନିକଟ ଆରୁହା ସ୍ଥିତ ଯାଜପୁର ଜିଲ୍ଲା କ୍ରସର ମାଲିକ ସଂଘ କାର୍ଯ୍ୟାଳୟ ଠାରେ ଯାଜପୁର ଜିଲ୍ଲା କ୍ରସର ମାଲିକ ସଂଘ ସଭାପତି ଚନ୍ଦନ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତି ଚାରଣ ସଭା ରେ ସଂଘ। ସମ୍ପାଦକ ଲକ୍ଷ୍ମୀଧର ବେହେରା , ଶ୍ରମିକ ନେତା ନୃସିଂହ ଚରଣ ମିଶ୍ର, ରୋଟାରୀଆନ୍ ଅଜlମ୍ବର ସାହୁ, ତପନ କୁମାର ସ୍ଵାଇଁ, ଦିଲ୍ଲୀପ କୁମାର ସାମଲ, ରବୀନ୍ଦ୍ର ପାତ୍ର, ଶରତ କୁମାର ଦେବ, ଧନେଶ୍ୱର ସେଠୀ, ବିଶ୍ୱତୋଷ ନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ସାମଲ ଙ୍କ ବହୁମୁଖି ପ୍ରତିଭାର ଗୁଣ ଗାନ କରିଥିଲେ। ସ୍ବର୍ଗତ ସାମଲ ଯାଜପୁର ଜିଲ୍ଲାରେ ପ୍ରଥମେ କ୍ରସର ବ୍ୟବସାୟ ଆରମ୍ଭ କରି ଶିକ୍ଷିତ ଯୁବ ଉଦ୍ୟୋଗୀ ମାନଙ୍କୁ କ୍ରସର ବ୍ୟବସାୟ ପ୍ରତି ଆକୃଷ୍ଟ କରି ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ଉଦ୍ୟମ କରିଥିଲେ। କ୍ରସର ମାଲିକ ସଂଘ ଗଠନ କରି ତାହାର ସଭାପତି ହେବା ସହିତ କ୍ରସର ମାଲିକ ସଂଘ ର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ବହୁ କାର୍ଯ୍ଯ କରିଥିଲେ । ଜଣେ ଦୃଢ଼ ଭାବରେ ସଂଗଠକ,ସମାଜସେବୀ , ସ୍ନେହିଁ, ବନ୍ଧୁ ବତ୍ସଳ, ମେଳlପି , ପରୋପକାରୀ ବ୍ୟକ୍ତି ଭାବେ ସମଗ୍ର ଯାଜପୁର ଜିଲ୍ଲାରେ ପରିଚିତ ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *