ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା ପାଇଲା କଣ୍ଟାମାଳ ବିଦ୍ୟାଳୟ

ନବରଙ୍ଗପୁର(ଅନିଲ ପ୍ରଭାତ ଭତ୍ରା):- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ସରକାର । ସରକାରଙ୍କ ତରଫରୁ ସମଗ୍ର ଶିକ୍ଷା ଅଭିଯାନରେ ଚିଠି ନଂ ୭୩୨୩ – ୧୪/୦୭ ରେ ମଞ୍ଜୁର ହୋଇଥିବା ଜଣାପଡିଛି । ଦୁର୍ଗମ ଅଞ୍ଚଳ କଣ୍ଟାମାଳ ହୋଇଥିବା ବେଳେ ୧୦ ମ ପାସ କଲା ପରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ କଲେଜ ପଢିବାକୁ ଡାବୁଗାଁ ନଚେତ ମୈଦଲପୁର ଓ ନବରଙ୍ଗପୁର ଯାଉଥିଲେ ।ବର୍ତ୍ତମାନ ସରକାରଙ୍କ ଯୋଜନା କ୍ରମେ ଏହି ବିଦ୍ୟାଳୟରେ କଳା ଓ ବିଜ୍ଞାନ ପଢିବାକୁ ଛାତ୍ରଛାତ୍ରୀ ଙ୍କୁ ସୁଯୋଗ ମିଳିବା ନେଇ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ୧୦ମ ପାସ ପରେ ଏଠାକାର ଛାତ୍ରଛାତ୍ରୀ କଲେଜ ପଢିବାକୁ ଦୂର ବୋଲି ଯିବାକୁ ଅମଙ୍ଗ ହେଉଥିଲେ । କିନ୍ତୁ ନିକଟରେ କଲେଜ ପଢିବାକୁ ସୁଯୋଗ ମିଳିଥିବା ହେତୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ମୈଦଲପୁର ଠାରେ ଦୀର୍ଘଦିନ ହେବ ଏକ ଘରୋଇ କଳା ମହାବିଦ୍ୟାଳୟ ରହିଛି । କିନ୍ତୁ ସରକାର ମୈଦଲପୁର ଠାରେ କେବଳ କଳା ଶିକ୍ଷା ରହିଥିବା ବେଳେ ବିଜ୍ଞାନ ଶିକ୍ଷା ନ ଥିବାରୁ ଡାବୁଗାଁ କିମ୍ବା ନବରଙ୍ଗପୁର ଯାଉଛନ୍ତି । ମୈଦଲପୁର କଲେଜରେ କଳା ଶିକ୍ଷା ବର୍ଷରେ ୨୫୨ ଛାତ୍ରଛାତ୍ରୀମାନେ ନବରଙ୍ଗପୁର ଜିଲ୍ଲାର ତଥା ପଡୋଶୀ କଳାହାଣ୍ଡି ଜିଲ୍ଲାରୁ ଆସୁଛନ୍ତି । ଏଠାରେ ଯଦି ସରକାର ବିଜ୍ଞାନ ଶିକ୍ଷା ପାଇଁ ପ୍ରାଧାନ୍ୟ ଦେଇଥାନ୍ତେ ତେବେ ଅଞ୍ଚଳବାସୀ ଉପକୃତ ହୋଇ ପାରନ୍ତେ ବୋଲି ମୈଦଲପୁର ଅଞ୍ଚଳବାସୀ ଆଲୋଚନା ହୋଇଛି ।

Leave a Reply

Your email address will not be published. Required fields are marked *