ନାରୀ ନିର୍ଯାତନା ନିରାକରଣ ,ଆଇନି ସଚେତନତା ଓ କାର୍ଯ୍ୟ କ୍ଷେତ୍ରରେ ସଦ୍ଭାବ କର୍ମଶାଳା ଆୟୋଜିତ

ଚଣ୍ଡିଖୋଲ,୨୪/୭(କବ୍ୟୂ) ଯାଜପୁର ଜିଲ୍ଲା।ଅନ୍ତର୍ଗତ ବଡଚଣା ସ୍ଥିତ ନୁଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ର ନିର୍ଦେଶ କ୍ରମେ ନାରୀ ନିର୍ଯାତନା ନିବାରଣ ଆଇନ୍ ସଚେତନତା ଓ କାର୍ଯ୍ୟକ୍ଷେତ୍ରରେ ସଦ୍ଭାବ ତଥା ୟୁ ଜି ସି, ନିୟମାବଳୀ ୨୦୧୫ସମ୍ବନ୍ଧୀୟ ଏକ ସ୍ବତନ୍ତ୍ର କର୍ମଶାଳା ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ସମିତି ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମର ସଂଜୋଜିକା ଡକ୍ଟର ସରିତା ସେଠୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କର୍ମଶାଳାରେ ବିଷୟ ବିଶେଷଜ୍ଞ ଭାବେ ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ର ମନସ୍ତତ୍ତ୍ୱ ବିଭାଗ ର ମୂଖ୍ୟ ଡକ୍ଟର ସୁମିତ୍ରା ନନ୍ଦ ଯୋଗଦେଇ ନାରି ନିର୍ଯାତନା ନିବାରଣ ଆଇନ୍ ୨୦୧୩ ଓ ୟୁ ଜି ସି ନିୟମାବଳୀ ୨୦୧୫ ସମ୍ପର୍କିତ ବହୁ ତତ୍ଵଭିତିକ ତଥ୍ୟ ମାନ ତର୍ଜମା କରିବା ସହିତ ନାରୀ ମାନସିକତାର ପରିବର୍ତ୍ତନ ହିଁ ସମାଜକୁ ସୁଦୃଢ଼କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ମୂଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ପବିତ୍ରମୋହନ ମାହା ଲା ଧୈର୍ଯ୍ୟ, ସହନଶୀଳତା, ତଥା ଉତ୍ତମ ବିଚରବୋଧ ନାରୀ ନିର୍ଯାତନା କୁ ପ୍ରତିହତ କରିବବୋଲି ପୁରାଣ ପୃଷ୍ଟାରୁ ବହୁ ଉପାଦେୟ ଦୃଷ୍ଟାନ୍ତ ମାନ ଦର୍ଶାଇବା ସହ ଆତ୍ମହତ୍ୟା ନୁହେଁ ବରଂ ଆତ୍ମବଳ ହିଁ ସବୁ ସମସ୍ୟାର ସମାଧାନ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ସଂଯୋଜୀକା ଡକ୍ଟର ସରିତା ସେଠୀ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ କର୍ମଶାଳା ର ଆଭିମୁଖ୍ୟ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଅଧ୍ୟାପକ ନାରାୟଣ ମୁଦୁଲି, ଅଶୋକ କୁମାର ସାହୁ, ନାରୀ ସୁରକ୍ଷା ଓ ସାମାଜିକ ସଚେତନତା ସମ୍ବନ୍ଧରେ ବହୁ ଉପାଦେୟ ତଥ୍ୟମା ନ ଉପସ୍ଥାପନ କରି ଥିଲେ। କମିଟିର ସଦସ୍ୟl ଅଧ୍ୟାପିକା ନିରୁପମା ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଦସ୍ୟ ଅଧ୍ୟାପକ ଗିରିଶ ରାଉଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା, ତଥା ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ କର୍ମଶାଳା କୁ ସଫଳ କରିଥିଲେ। ଶେଷରେ ଅଧ୍ୟାପିକା ଗୀତାଞ୍ଜଳୀ ମହାନ୍ତି ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ।

Leave a Reply

Your email address will not be published. Required fields are marked *