
ଚଣ୍ଡିଖୋଲ ୨୩/୭(କବ୍ୟୁ) ଆଗମୀ ଅଗଷ୍ଟ ୯ତାରିଖରେ ହେବାକୁ ଥିବା ଯାଜପୁର ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ଉମାକାନ୍ତ ମହାପାତ୍ରଙ୍କ ୮୬ତମ ଜୟନ୍ତୀ ଓ ସ୍ମୁତି ସଂସଦର ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ମୃତି ସଂସଦର ଉପସଭାପତି ଅବଦୁଲ୍ ରଜାକ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ମୃତି ସଂସଦର ମୁଖପତ୍ର ଉମାୟନସାହିତ୍ୟ ପତ୍ରିକା ପ୍ରକାଶନ, ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଉମାକାନ୍ତ ମହାପାତ୍ର ସ୍ମୃତି ସମ୍ମାନ, ସ୍ମୃତି ପୁରସ୍କାର, ସେବା ସମ୍ମାନ, ସହିତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା, ଅତିଥି ଚୟନ ଉପରେ ଆଲୋଚନା କରାଯାଇଥିଲା। ବାର୍ଷିକ ଉତ୍ସବକୁ ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରିବା ପାଇଁ ଡ ସୁଧିର ଚନ୍ଦ୍ର ସାମଲ, ପ୍ରସନ୍ନ କୁମାର ବିଶ୍ୱାଳ, କିଶୋର କୁମାର ମହାପାତ୍ର, ଶରତ ଚନ୍ଦ୍ର ନାୟକ, ଅବଦୁଲ୍ ରଜାକ ଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ସ୍ମୁତି ସଂସଦର ସମ୍ପାଦକ ଡକ୍ଟର ପ୍ରିୟନାଥ ମହାପାତ୍ର, ସହ ସମ୍ପାଦକ ଡକ୍ଟର ବିଶ୍ୱଜିତ୍ ମହାପାତ୍ର, ପରୀକ୍ଷା ନିୟନ୍ତ୍ରକ ପ୍ରସନ୍ନ କୁମାର ବିଶ୍ଵାଳ, ଶରତ ଚନ୍ଦ୍ର ନାୟକ, ନରେନ୍ଦ୍ର ପ୍ରତାପ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ କିଶୋର କୁମାର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।