ଛାତ୍ର ହୋଇ ଶ୍ରେଣୀଗୃହରେ ପାଠ ପଢିଲେ ବିଧାୟକ । ବିଧାୟକ ଛାତ୍ର ହୋଇ ଶିକ୍ଷା ବ୍ୟବସ୍ଥା ପରଖିବାକୁ ନେଇ ସାଧାରଣରେ ଭୁରି ଭୁରି ପ୍ରଶଂସା।

ରାୟଗଡ-(ଅଜୟ ରଥ)-ରାୟଗଡ଼ା ବିଧାୟକ ଆଜି ରାଜ୍ୟର ସୀମାନ୍ତ ଗାଁ କେରେଡା ସରକାରୀ ଉଚ୍ଚ ଏସ ଏସ ଡି ବିଦ୍ୟାଳୟକୁ ଯାଇ ଗଣିତ ପାଠ ପଢିଛନ୍ତି। ଶ୍ରେଣୀ ଗୃହରେ ୨୫ ମିନିଟ ଧରି ଛାତ୍ରଛାତ୍ରୀ ଗହଣରେ ବସି ଗଣିତ ପାଠର ସରଳରେଖା ଉପରେ ପିଲାମାନଙ୍କ ସହ ପାଠ ପଢିଛନ୍ତି। ହଟାତ ସ୍କୁଲ ମାନଙ୍କର ଶିକ୍ଷା ବ୍ୟବସ୍ଥା କିଭଳି ରହିଛି ତାହା ପରଖିବା ପାଇଁ ବିଧାୟକ କାଡ୍ରାକା ଆପଲାସ୍ବାମି ପହଞ୍ଚି ଥିଲେ ଆନ୍ଧ୍ର ପ୍ରଦେଶର ସୀମାନ୍ତ ଗାଁ କେରେଡା ସ୍କୁଲରେ। ରାୟଗଡା ସହର ଠାରୁ ୨୬ କିଲୋମିଟର ଦୂରରେ ଥିବା ବେଳେ ରାସ୍ତା ପାର୍ଶ୍ବରେ ରହିଥିବା ବିଦ୍ୟାଳୟ ସ୍ଥିତି ପରଖିଥିଲେ। ସିଧାସଳଖ ଯାଇ ୧୦ମ ଶ୍ରେଣୀ ଗୃହରେ ପହଞ୍ଚି ଥିଲେ। ଆଉ ଦଶମ ଶ୍ରେଣୀର ପିଲାମାନଙ୍କୁ କିଭଳି ଶିକ୍ଷା ଦାନ ଚାଲିଛି ସେ ବିଷୟରେ ନିଜେ ଛାତ୍ରୀଛାତ୍ରଙ୍କ ସହ ପଛଧାଡିର ବେଞ୍ଚ ଉପରେ ବସି ୨୫ ମିନିଟ ଧରି ଶୁଣି ଥିଲେ। ଶ୍ରେଣୀରେ ରାଧାକାନ୍ତ ପାଣିଗ୍ରାହୀ ଶିକ୍ଷା ଦାନ କରୁଥିଲେ। ଶିକ୍ଷକ ଆଗକୁ ଆସି ବସିବା ପାଇଁ କହିଥିଲେ ମଧ୍ୟ ସେ ପଛ ଧାଡିରେ ବସି ଶିକ୍ଷା ଦାନକୁ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ର ପିଲାମାନେ କିଭଳି ଗ୍ରହଣ କରୁଛନ୍ତି ତାହା ଅନୁଧ୍ୟାନ କରିଥିଲେ। ସରଳରେଖା ଉପରେ ଶିକ୍ଷକ ଅତି ଉତ୍ତମ ଢଙ୍ଗରେ ପଢାଉଥିବା ନିଜେ ବିଧାୟକ ଅନୁଭବ କରିଥିବା କହିଛନ୍ତି। ବିଡମ୍ବନା ବିଷୟ ଯେଉଁ ଶିକ୍ଷକ ଗଣିତ ପଢାଉଥିଲେ ଓଡ଼ିଆ ମାତୃଭାଷା ଶିକ୍ଷକ । ଯେହେତୁ ବିଜ୍ଞାନ ଶିକ୍ଷକ ନଥିବାରୁ ବାଧ୍ୟ ହୋଇ ଗଣିତ ପାଠ ପଢାଉଥିଲେ। ପରେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ଯାଳୟରେ ବସି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ସ୍କୁଲରେ ଶିକ୍ଷକ ମାନେ ବିନା ଲେସନ ପ୍ଲାନ କରୁନଥିବା ସେ ଅନୁଧ୍ୟାନ କରିଛନ୍ତି। ଅର୍ଥାତ ପୂର୍ବ ପ୍ରସ୍ତୁତି ପ୍ରଣାଳୀ ପ୍ରତ୍ୟେକ ମାସରେ କେଉଁ କେଉଁ ବିଷୟରେ ପାଠପଢା ଯିବ ଏହା ନିର୍ଦ୍ଧାରିତ ହୋଇଥାଏ। ଏହି ଲେସନ ପ୍ଲାନରେ ସୁଧାର ଆଣିବା ପାଇଁ ପ୍ରଧାନ ଶିକ୍ଷକ ବିବିଷଣ ଚିଚୁଆନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ସ୍କୁଲ ପ୍ରବେଶ ଦ୍ବାରରେ ପ୍ରବେଶ ପୁସ୍ତିକା ରହିବା କଥା ଯାହା ଛାତ୍ରୀଛାତ୍ରଙ୍କ ପରିବାର ଲୋକ ହୁଅନ୍ତୁ ବା ବାହାର ଲୋକ ଆସିଲେ ପ୍ରବେଶ ପୁସ୍ତିକା ରେ ଦସ୍ତଖତ କରି ଭିତରକୁ ଯିବା ବିଧାନ ରହିଛି ପାଳନ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟରେ ଛାତ୍ରୀ ୧୮୦ ଛାତ୍ର ୧୮୫ ରହିଥିବା ବେଳେ ସେହି ଅନୁପାତରେ ପୁଣି ୫ଜଣ ଶିକ୍ଷକ ଅଭାବ ରହିଛି। ଯାହା ବିଜ୍ଞାନ, ଉଚ୍ଚ ଶ୍ରେଣୀ ପଢାଉଥିବା ସିଟି ଶିକ୍ଷକ, ମେଟ୍ରିକ୍ ସିଟି ଦୁଇ ଜଣ ଶିକ୍ଷକ ଏବଂ ଖେଳ ଶିକ୍ଷକ ଅଭାବ ରହିଛି ବୋଲି ଅନୁଭବ କରିଛନ୍ତି। ପିଲାଙ୍କ ସହ ଆଲୋଚନା ବେଳେ ଶିକ୍ଷକ ଅଭାବ କଥା ମଧ୍ୟ ଛାତ୍ରଛାତ୍ରୀ କହିଛନ୍ତି। ଏଠାରେ ବିଜ୍ଞାନ ଶିକ୍ଷକ ନଥିବା ହେତୁ ପିଲାମାନେ କେତେ ପାରଦର୍ଶିତା ହେବେ ଏଥିପ୍ରତି ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅପରପକ୍ଷରେ ୩୬୫ ଛାତ୍ରଛାତ୍ରୀ ଥିବା ବେଳେ ବର୍ତ୍ତମାନ ଶୌଚାଳୟ ମରାମତି କାର୍ଯ୍ୟ ଚାଲୁଛି। ଏନେଇ ପିଲାମାନେ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଯାହାକି ସ୍କୁଲର ଛୁଟି ପୂର୍ବରୁ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଥିଲା କାହିଁକି ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ । ଏହା ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ସହିତ ଏକ ମାସ ହେଲା ବ୍ଳକ ମଙ୍ଗଳ ଅଧିକାରୀ ପରିଦର୍ଶନ କରିନଥିବା ପରିଦର୍ଶନ ପୁସ୍ତିକା ପ୍ରମାଣିତ କରୁଛି। ଏହି ସମସ୍ତ ସ୍ଥିତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଏବଂ ମଙ୍ଗଳ ବିଭାଗ ସହିତ ଆଲୋଚନା କରି ସୁଧାର ଆଣିବାର ବ୍ୟବସ୍ଥା ପାଇଁ ପରାମର୍ଶ ଦେବେ ବୋଲି କହିଛନ୍ତି ବିଧାୟକ କାଡ୍ରାକା ଆପଲାସ୍ବାମି।
ବିଧାୟକଙ୍କ ଏଭଳି ଛାତ୍ର ହୋଇ ଶିକ୍ଷା ବ୍ୟବସ୍ଥା ପରଖିବା ପ୍ରୟାସକୁ ନେଇ ସାଧାରଣରେ ଭୁରି ଭୁରି ପ୍ରଶଂସାର ପାତ୍ର ହୋଇଛନ୍ତି।

Leave a Reply

Your email address will not be published. Required fields are marked *