ମୃତ୍ୟୁ ସହ ଲଢେଇ କରୁଛନ୍ତି ଲକ୍ଷ୍ମୀଚରଣ , ଅର୍ଥ ସାଜିଛି ବାଧକ, ବିପଦର ବନ୍ଧୁ ଛତ୍ରପୁର ବିଧାୟକ ସହଯୋଗର ହାତ ବଢାଇଲେ , ସରକାରୀ ସହାୟତା ନିମନ୍ତେ ଆକୁଳ ନିବେଦନ ।

ଛତ୍ରପୁର : ୧୩.୦୭.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମର ୪୫ ବର୍ଷୀୟ ହରିଜନ ଯୁବକ ଲକ୍ଷ୍ମୀ ଚରଣ ବେହେରା ଗତ ଅକ୍ଟୋବର ମାସ ଠାରୁ କିଡ଼ନି ଏବଂ ଲିଭର ଜନିତ ଦୁରାରୋଗ୍ୟରେ ଶିକାର ହୋଇ ଶଯ୍ୟାଶାୟୀ ହୋଇପଡ଼ିରହିଥ‌ିବା ବେଳେ ସ୍ୱାସ୍ଥ୍ୟ ସେବା ନିମନ୍ତେ ଅର୍ଥ ସାଜିଛି ବାଧକ । ସ୍ଵଳ୍ପ ସଞ୍ଚିତ କିଛି ଅର୍ଥ ଏହି ଆଠ ମାସରେ ଚିକିତ୍ସା ସକାଶେ ସରି ଯାଇଥିବା ଯୋଗୁଁ ବର୍ତ୍ତମାନ ସେ ବେସାହାରା ହୋଇ ମୃତ୍ୟୁକୁ ଚାହିଁ ବସିଛି । ଏହି ଖବର ଶୁଣି ସ୍ଥାନୀୟ ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଆର୍ଥିକ ସହଯୋଗର ହାତ ବଢ଼ାଇବା ସହ ସରକାରୀ ସ୍ତରରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରକାଶ ଥାଉକି ନିଜର ଦୁଇଟି ଝିଅ, ଗୋଟେ ନଅ ବର୍ଷର ପୁଅ ଏବଂ ରୁଗ୍ଣ ସ୍ତ୍ରୀ ଥିବା ବେଳେ ଅସହାୟ ଶିଶୁମାନଙ୍କୁ ଦି ଓଳି ଦି ମୁଠା ଖାଇବାକୁ ମିଳିବା ବି କଷ୍ଟସାଧ୍ୟ ହୋଇପଡିଛି । ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଅସହାୟ ଲକ୍ଷ୍ମୀର ସହାୟତା ସାତ ସପନ ପାଲଟିଯାଇଛି । ସ୍ଥାନୀୟ ବାସିନ୍ଦା କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି, ସଂସ୍ଥା ଏବଂ ସରକାରୀ କଳ ଉକ୍ତ ବ୍ୟକ୍ତି ପ୍ରତି ସାମାନ୍ୟ ଦୃଷ୍ଟି ଦେଲେ କିମ୍ବା ସହାୟତର ହାତ ବଢ଼ାଇଇଲେ ଅକାଳରେ ଲିଭି ଯାଉଥିବା ଜୀବନଦୀପଟି କାଳେ ରକ୍ଷା ହୋଇଯାଇପାରନ୍ତା । ଏଣୁ ସମସ୍ତଙ୍କୁ ଲକ୍ଷ୍ମୀ ଚରଣ ଙ୍କ ପରିବIର ତରଫରୁ ଅନୁରୋଧ କରାଯାଉଛି ଏହିକି ଯେ କୌଣସି ହୃଦୟବାନ ବ୍ୟକ୍ତି କିମ୍ବା ସଂସ୍ଥା ସହାୟତ ନିମନ୍ତେ ଆଗଭର ପ୍ରକାଶ କରିଥିଲେ ଲକ୍ଷ୍ମୀର ଜୀବନ ଦୀପ ଟି ପୁଣି ଉଜ୍ଜୀବିତ ହୋଇ ପରିବାର ତ୍ରାହି ପାଆନ୍ତେ ବୋଲି ଆଶା ଓ ଭରସା ।

Leave a Reply

Your email address will not be published. Required fields are marked *