
ଗଞ୍ଜାମ : ୧୧.୦୭.୨୫
(ମିଥୁନ ବାରିକ୍)
ଗଞ୍ଜାମ : ଗଞ୍ଜାମ ବ୍ଳକ ଅନ୍ତର୍ଗତ ଶତ୍ରୁଶୋଲ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ୬୬ ତମ ବନ ମୋହତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଅଧକ୍ଷ ବୃନ୍ଦାବନ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗଦେଇଥିଲେ l ସମ୍ମାନିତ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ଇକୋକ୍ଲବ ସଂଯୋଜକ ଡ଼. ଶଙ୍କର ନାରାୟଣ ବେଜ଼, ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ, ରାମ୍ଭ ଫରେଷ୍ଟର ପ୍ରଶାନ୍ତ ରାଓ, ଭରସା ଅନୁଷ୍ଠାନର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ ଯୋଗଦେଇ, ଆଜିର ସମୟରେ ଗଛ ଲଗାଇବାର ର ଆବଶ୍ୟକତା ଉପରେ ଆଲୋକପାତ କରାଇଥିଲେ । ଏହି ଅବସରରେ ବନ ମହୋତ୍ସବ ପାଇଁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ବିଦ୍ୟାର୍ଥୀଙ୍କୁ ପୁରସ୍କାର ବିତରଣ କରିଥିଲେ, ଅତିଥି ମାନେ l ଶେଷରେ “ମାଆ ଟିଏ ପାଇଁ ଗଛଟିଏ ” ବିଦ୍ୟାର୍ଥୀଙ୍କ ସହ ବିଭିନ୍ନ କିସମର ଗଛ ଲଗାଇଥିଲେ, ଅତିଥି ବୃନ୍ଦ l ଏହି କାର୍ଯ୍ୟକ୍ରମକୁ ଜୁନିୟର ରେଡ଼କ୍ରସ ଅଧିକାରି ଶିକ୍ଷକ ପଞ୍ଚାନନ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ, ଧନ୍ୟବାଦ ଅର୍ପଣ କରିଥିଲେ ଇକୋ କ୍ଲବ ଅଧିକାରୀ ଶିକ୍ଷୟତ୍ରୀ ସତ୍ୟଭାମା ବେହେରା l ଏଥିରେ ସମସ୍ତ ବିଦ୍ୟାର୍ଥୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅବିଭାବକ, ପରିଚଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ l