
ରମ୍ଭା : ୧୦.୦୭.୨୫
(ମିଥୁନ ବାରିକ୍)
ରମ୍ଭା : ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୬ ତମ ବନ ମହୋତ୍ସବ ପ୍ରଧାନ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ଗୋପୀନାଥ ବେହେରାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରସନ୍ନ କୁମାର ମିଶ୍ର, ପି.ପ୍ରସାଦ ରାଓ ପୃଷ୍ଟି, ରମ୍ଭା ବନାଞ୍ଚଳ ଶାଖାର ଫରେଷ୍ଟର ଡି.ପ୍ରଶାନ୍ତ ରାଓ, କେ. ଅମୂଲ୍ୟ କୁମାର ସେନାପତି, ପୂର୍ତ୍ତ ବିଭାଗର କୋଷାଧ୍ୟକ୍ଷ ରଘୁନାଥ ମହାପାତ୍ର, ପଞ୍ଚାନନ ଖଟୁଆ, କେ. ସୁଶାନ୍ତ କୁମାର ପାତ୍ର ଓ ସମାଜ ସେବୀ ଭାବଗ୍ରାହୀ ବେହେରା ଯୋଗଦେଇ ପ୍ରକୃତି,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନରେ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ମତ ପ୍ରଦାନ କରିଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଫରେଷ୍ଟ ଗାର୍ଡ ଦେବାଶିଷ ପଟ୍ଟନାୟକ,ଜିତେନ୍ଦ୍ର ବେହେରା,ରମ୍ଭା ଉଚ୍ଚବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀୟାଦେବୀ ସ୍ୱାଇଁ, ଶିକ୍ଷକ ଜଗବନ୍ଧୁ ପ୍ରଧାନ,ରଜତ କୁମାର ପାଢ଼ୀ, କୃଷ୍ଣଚନ୍ଦ୍ର ବାଡତ୍ୟା , ଆଶିଷ ମହାପାତ୍ର,ଶୁଭଶ୍ରୀ ସାରଳା ପରିଡ଼ା,ରୋଜାଲିନ ମହାପାତ୍ର,ଅନିତା ଜେନା, ରାମିତ୍ରି ଶବର,ବିକ୍ରମ ପଲାଇ ଗଣମାଧ୍ୟମ ପ୍ରତିନିଧି ବନବାସୀ ସେଠୀ ସମେତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀମାନେବୃକ୍ଷ ରୋପଣରେ ସହଯୋଗ କରିଥିଲେ l