ଦିବ୍ୟାଙ୍ଗଙ୍କ ଦୁଃଖ ! ଜିଲ୍ଲାପାଳ ଶୁଣିଲେନି , ସରକାରଙ୍କୁ ଭରଷା କରି ନିବେଦନ କଲେ।

ରାୟଗଡ଼ା ତା ୦୭/୦୭ ଦିବ୍ୟାଙ୍ଗଙ୍କ ଦୁଃଖ ଶୁଣିଲେନି ଜିଲ୍ଲାପାଳ ସେଥିପାଇଁ ସରକାରଙ୍କୁ ଗୁହାରୀ କଲେ କିଛି ଦିବ୍ୟାଙ୍ଗ।ଆଜି ରାୟଗଡ଼ା ଜିଲ୍ଲାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ଜିଲ୍ଲାପାଳଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ । ସୂଚନା ମୁତାବକ ଦିବ୍ୟାଙ୍ଗ ଙ୍କୁ ଆତ୍ମନିର୍ଭରଶୀଳ କରିବା ନେଇ ସରକାର ଅନେକ ଯୋଜନା କରିଛନ୍ତି। କିନ୍ତୁ ତୃଣମୂଳସ୍ଥରରେ କେତେ ସଫଳତା ହୋଇଛି ତାହାର ବାସ୍ତବ ଚିତ୍ର ଆଜିର ଏହି ଶୁଣାଣି କାର୍ଯ୍ୟକ୍ରମକୁ ଆସିଥିବା କିଛି ଦିବ୍ୟାଙ୍ଗ ଭାଇ ବଖାଣିଛନ୍ତି। ସୁଚନା ମୁତାବକ ରାୟଗଡ଼ା ଜିଲ୍ଲା ରାୟଗଡ଼ ବ୍ଲକ ଗୁମ୍ମା ପଞ୍ଚାୟତରୁ ୪ ରୁ ୫ ଜଣ ଦିବ୍ୟାଙ୍ଗ ନିଜର ମୌଳିକ ସୁବିଧା ତଥା ସରକାରଙ୍କ ଯୋଜନା ରେ ସାମିଲ କରିବାକୁ ନେ଼ଇ ଜିଲ୍ଲାପାଳଙ୍କ ଏହି ଶୁଣାଣୀ କାର୍ଯ୍ୟକ୍ରମକୁ ଆସି ଜଣାଇଥିଲେ କିନ୍ତୁ ଜିଲ୍ଲାପାଳ ତାଙ୍କର ଦୁଃଖ ଶୁଣିନଥିବା କହିଛନ୍ତି ଉକ୍ତ ଦିବ୍ୟାଙ୍ଗ ଭାଇ ମାନେ। ଏ ନେଇ କହିଛନ୍ତି ଯେ ତାଙ୍କୁ ସରକାରଙ୍କ ଯୋଜନା ଅନୁଯାୟୀ ଘରଢିଅ ପଟ୍ଟା ପ୍ରଦାନ ସହ ଅନ୍ତର୍ଦ୍ଦୋୟ ଖାଉଟି ଯୋଜନାରେ ସାମିଲ୍ କରିବାକୁ ବାରମ୍ବାର ଗୁହାରି କରିଆସୁଥିବା ବେଳେ ତାଙ୍କର କଥାକୁ କେହି ଶୁଣିନଥିବା କହିଛନ୍ତି ଉକ୍ତ ଦିବ୍ୟାଙ୍ଗ ଭାଇ ମାନେ । ଏହାସହ କହିଛନ୍ତି ଜିଲ୍ଲାପାଳ ତ ଶୁଣିଲେନି ସରକାର ଆମ ଗୁହାରୀ ଶୁଣି ଆମକୁ ସରକାରୀ ସୁବିଧା ପ୍ରଦାନ କରିବାକୁ ନିବେଦନ କରୁଛୁ ବୋଲି କହିଛନ୍ତି। ସୂଚନା ମୁତାବକ ଜିଲ୍ଲାରେ ଏଭଳି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜିଲ୍ଲା ବିକଳାଙ୍ଗ ମହାସଂଘର ସଭାପତି ରାକେଶ ହିମିରିକା। ଏବଂ ଏହି ଘଟଣାକୁ ନେଇ ସରକାର ସମାଧାନର ବାଟ କାଢ଼ିଲେ ଦିବ୍ୟାଙ୍ଗ ଭାଇ ଭଉଣିମାନେ ଉପକୃତ ହେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *