କେସିଙ୍ଗା ବ୍ଲକ୍ କିକିଆ ଗ୍ରାମପଞ୍ଚାୟତ ରେ ତାଲା ପକାଇଲେ ଗ୍ରାମବାସୀ |

କେସିଙ୍ଗା – ତା 09.07.25

ସରକାର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ କୋଣେ ଅନୁକୋଣେ କୋଟି କୋଟି ଟଙ୍କା ବ୍ୟୟରେ ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପ ସୁବିଧା କରିଛନ୍ତି।ହେଲେ ଦେଖିବାକୁ ମିଳୁଛି ଯେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ କିକିଆ ଗ୍ରାମପଞ୍ଚାୟତ ର ଡଙ୍ଗରମୂର୍ଲ୍ଲି ଗ୍ରାମର ଖୋଏର ଡିଗ୍ରାପଡ଼ା ୱାର୍ଡ ନମ୍ବର ୧୦ ରେ ପାଖାପାଖି ୩୦ ଟି ପରିବାର ବସବାସ କରୁଛନ୍ତି ଏମାନେ ମୁକ୍ଷତ ଗାଁ ମଝିରେ ଥିବା ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି।ବର୍ତ୍ତମାନ ନଳକୂପ ରେ ପାଣି ବାହାରିବା ବଦଳରେ ଲୁହା ଗୁଣ୍ଡ ବାହାରୁଛି ଗ୍ରାମର ଲୋକ ସେହି ନଳକୂପ ର ପାଣି ପି କିଡ଼ନୀ ରୋଗ ରେ ଆକ୍ରାନ୍ତ ହେଉଛନ୍ତି। ଏବେ ପର୍ଯ୍ୟନ୍ତ ଆଠା ଜଣ କିଡ଼ନୀ ରୋଗରେ ମୃତ୍ୟୁବରଣ କରିଛନ୍ତି ଓ କୋଡ଼ିଏ ଜଣ ଆକ୍ରାନ୍ତ ଅଛନ୍ତି |ଏଥିପ୍ରତି ଧ୍ୟାନ ଦେଇ ସରକାର ବସୁଧାପାନୀୟ ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ଡଙ୍ଗର ମୂର୍ଲ୍ଲି ଗ୍ରାମରେ ଅଟକଳମୂଲ୍ୟ ଟ.୧,୨୭,୪୦,୭୯୦ ରେ ନିର୍ମିତ ହୋଇଛି ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପ ହେଲେ ତାହା କୌଣସି କାମରେ ଆସୁନି ପାଇପ୍ ସବୁ ପୋତା ହେଇଛି ଚଟାଣ ବି ତିଆରି ହେଇନି ସେଇ ପାଇପ୍ ରେ ପାଣି ବି ଆସୁନି ଲୋକେ ପିଇବା ପାଣି ପାଇଁ ହନ୍ତ ସନ୍ତ ହେଉଛନ୍ତି ହେଲେ କାହାର ନଜର ନାହିଁ ।ଡଙ୍ଗର ମୁର୍ଲ୍ଲି ରେ ନିର୍ମିତ ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପ ୨୮.୫.୨୦୨୧ ରେ ସମ୍ପୂର୍ଣ ହେଲାଣି ବୋଲି ଲେଖା ଅଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଇପ୍ ପୋତା ହେଇଛି ଚଟାଣ ବି ତିଆରି ହେଇନି ସେଥିରେ ବି ପାଣି ଆସୁନି ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ଗୋଧାଇବା ପାଈ ଗୋଟେ ପୋଖରୀ ଅଛି ସେଥିରେ ବି ପାଣି ନାହିଁ ମାଟି ତଳ ଫାଟି ଆ କଲାଣି ଲୋକେ ପାଣି ପାଈ ଯିବେ କୁଆଡେ ତେଣୁ ଆଜି ସକାଳୁ କିକିଆ ଗ୍ରାମ ପଞ୍ଚାୟତ ଅଫିସ୍ ରେ ସରପଞ୍ଚ, ନାଏବ ସରପଞ୍ଚ ଓ ଦୁଇ କାଉନ୍ସିଲର କୁ ବସିଥିବା ବେଳେ ତାଲା ପକାଇଲେ | ସେହି ସରକାର ଏହାର ତଦନ୍ତ କରି କିପରି ଡଙ୍ଗର ର୍ମୂର୍ଲି ଗ୍ରାମ ର ଲୋକଙ୍କୁ ସୁବିଧା ରେ ପାଣି ପାଇବେ ତାହାର ବ୍ୟବସ୍ଥା କରନ୍ତୁ ବୋଲି ଗ୍ରାମବାସୀ ଦାବି କରୁଛନ୍ତି

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *