ସାଲାର ଫାଉଣ୍ଡେସନ ତରଫରୁ ବୃକ୍ଷ ରୋପଣ

ରାୟଗଡା, ୧୦/୭: (ଅଜୟ ରଥ)ରାୟଗଡା ସ୍ଥିତ ବାରିଝୋଲାରେ ଥିବା ପଦ୍ମାବତୀ ହାରିକୃପା ପାହାଡ଼ରେ ଅବସ୍ଥିତ ହନୁମାନ ମନ୍ଦିରଠାରେ “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ପାଳନ କଲା ସାଲାର ଫାଉଣ୍ଡେସନ । ନୂତନ ହନୁମାନ ମନ୍ଦିର ପାହାଡ଼ ଉପରେ ଦୁଇ ଶହ ଫଳଗଛ ଆମ୍ବ, ପଣସ ଏବଂ କାଜୁ ଗଛ ମାଆଙ୍କ ନାମରେ ରୋପଣ ହେଲା । ଏହି କାର୍ଯ୍ୟକ୍ରମଟି ସାଲାର ଫାଉଣ୍ଡେସନର ନେତୃତ୍ୱରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ ବାଦଲ କୁମାର ତା ଯୋଗ ଦେଇ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ। ଉଦ୍ଯାନ ବିଭାଗର ହେମନ୍ତ କୁମାର ବେହେରା,ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମହିଳା ୱାକରସ ଗ୍ରୁପରୁ ଶ୍ରୀମତୀ ଉମା ପାଣିଗ୍ରାହୀ, ବିଜୟା, ଆଶାଲତା ପଟନାୟକ, ରମାଦେବୀ, ରଜିତା ଏବଂ ବାରିଝୋଲା ଗ୍ରାମ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନେ, ମାଆଙ୍କ ପାଇଁ ଗଛଟିଏ ନାମରେ ବୃକ୍ଷ ରୋପଣ କରିଥିଲେ । ଯେଉଁ ବୃକ୍ଷ ରୋପଣ କରାଗଲା ସେଗୁଡିକ ପାଇଁ ବୁନ୍ଦା ଜଳସେଚନ ମାଧ୍ୟମରେ ଜଳସେଚନ କରାଯିବ ବୋଲି ମୁଖ୍ୟ ଅତିଥି ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମନ୍ଦିର ଦାୟିତ୍ବରେ ଥିବା ସନ୍ତୋଷ ପଣ୍ଡା ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ସମସ୍ତ ଅତିଥି, ଗ୍ରାମବାସୀ, ଭକ୍ତ ଓ ବିଦ୍ୟାର୍ଥିଙ୍କୁ ପ୍ରସାଦ ବଣ୍ଟନ କରିଥିଲ ।

Leave a Reply

Your email address will not be published. Required fields are marked *