

ଛତ୍ରପୁର : ୧୦.୦୭.୨୫
(ମିଥୁନ ବାରିକ୍)
ଗଞ୍ଜାମ : ଗଞ୍ଜାମ ବ୍ଲକରେ ମାରଥାନ ଗ୍ରସ୍ତରେ ଆସି ପାଲଙ୍ଗ ପଞ୍ଚାୟତରେ ୨.୫୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ କୁମାର ସାବତ,ରାଜ୍ୟ ମୁଖପାତ୍ର ଟି.ଗୋପୀ ଉପସ୍ଥିତ ଥିଲେ ।
ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଓ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ ବିଜେପିରେ ମିଶିବା ପରେ ଆଜି ଗଞ୍ଜାମ ବ୍ଲକରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି ।ଏହି ଅବସରରେ ରମ୍ଭା ଜାତୀୟ ରାଜପଥ ଠାରୁ ଏକ ବିଶାଳ ଶୋଭାଯାତ୍ରା କରି ସାଂସଦ, ବିଧାୟକ ଓ ପୂର୍ବତନ ଉପବାଚସ୍ପତିଙ୍କୁ ପାଲଙ୍ଗ ପଞ୍ଚାୟତ ପର୍ଯ୍ୟନ୍ତ ଆଣିଥିଲେ ।ଏହି ଅବସରରେ ବିଭିନ୍ନ ଗ୍ରାମର ଛକରେ ଗ୍ରାମବାସୀଙ୍କ ଉପସ୍ଥିତିରେ ରହି ସମ୍ବର୍ଦ୍ଧନା ଦେଇଥିଲେ ।ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗର ବିଭିନ୍ନ ପ୍ରକଳ୍ପ ଯଥା କମ୍ୟୁନିଟି ଗୋଷ୍ଠି କେନ୍ଦ୍ରରେ ୧୩ ଲକ୍ଷ ଟଙ୍କା, ରାଣୀବର କାନଖାଇ ସ୍କୁଲ -୧୦ ଲକ୍ଷ ଟଙ୍କା,
ନିମଶୂଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଷ୍ଟ୍ରିଟ ଲାଇଟ ଫେଭର ରାସ୍ତା ପାଇଁ ୪୦ ଲକ୍ଷ ଟଙ୍କା ,କହକପୁର କଲ୍ୟାଣ ମଣ୍ଡପ ପାଇଁ ୧୪ ଲକ୍ଷ ଟଙ୍କା,ପାଲଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉଦ୍ଘାଟନ ପାଇଁ ୧୦ ଲକ୍ଷ ଟଙ୍କା,ପଂଚାୟତ କୃଷି ପରାମର୍ଶ କେନ୍ଦ୍ର ପାଇଁ ୭ ଲକ୍ଷ ୫୦ ହଜାର ଟଙ୍କା,ନିର୍ବାହୀ ଅଧିକାରୀଙ୍କ ଆବାସ ଗୃହ ପାଇଁ ୫ଲକ୍ଷ ୫୦ ହଜାର ଟଙ୍କା,ପାଲଙ୍ଗ ଗ୍ରାମ ମଣ୍ଡପ ୪ ଲକ୍ଷ ଟଙ୍କା,
ଦାଣ୍ଡ ମକୁନ୍ଦପୁର ଇଲାଇବ୍ରେରୀ ପାଇଁ ୭ ଲକ୍ଷ ୫୦ ହଜାର ଟଙ୍କା,ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଜନାରେ ଆମ୍ବିଳିଝର ଗ୍ରାମ ପାଇଁ ୪୦ ଲକ୍ଷ ଟଙ୍କା,ଜଟିଆଖୋଲ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ ୧୦ ଲକ୍ଷ ଟଙ୍କା,ଭିତ୍ତିପ୍ରସ୍ତର ସ୍ଥାପନ ପଂଚାୟତ ମହାସଂଘ ବଜାର ଗୃହ ଗ୍ରାମପଞ୍ଚାୟତ ପାଇଁ ୩୦ ଲକ୍ଷ ଟଙ୍କା
ଆମ୍ବିଳିଝର ପ୍ରାଥମିକ ବିଦ୍ୟାଳୟ ୧୮ ଲକ୍ଷ ୫୦ ହଜାର ଟଙ୍କା,
ଜଟିଆଖୋଲ ପ୍ରାଥମିକ ବିଦ୍ୟାଳୟ ୧୮ ଲକ୍ଷ ୫୦ହଜାର ଟଙ୍କା ଶିଳାନ୍ୟାସ କରାଯାଇଥିଲା । ଏହି ଅବସରରେ ବନ ବିଭାଗ ପକ୍ଷରୁ ୭୬ତମ ବନମହୋତ୍ସଵ କାର୍ଯ୍ୟକ୍ରମ କରାଯାଇ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଲଙ୍ଗ ସମିତି ସଭ୍ୟା ତଥା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ,ସରପଞ୍ଚ ରାଜଶ୍ରୀ ଗୌଡ଼,ବିଡ଼ିଓ ଅଚ୍ୟୁତାନନ୍ଦ ଜାନୀ, ଗଞ୍ଜାମ ଏନ୍ ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ
ବରିଷ୍ଠ ବିଜେପି ନେତା ବିଷ୍ଣୁ ପ୍ରସାଦ ସିଂହଦେଓ,ସିଡିପିଓ ସଲୀଳା ପ୍ରଧାନ, ଗଞ୍ଜାମ ସହକାରୀ ଯନ୍ତ୍ରୀ ଦିଗାମ୍ବର ନାହାକ,ଓଏଲଏମ ବିପିଏମ ଜଳନ୍ଧର ମହାରଣା,ବ୍ଲକ କୃଷି ଅଧିକାରୀ ରଶ୍ମିତା ମହାପାତ୍ର,ପିଇଓ ଭବାନୀ ଶଙ୍କର ସାହୁ,ଯୋଗାଣ ସହାୟକ ରାଜକିଶୋର ଗୌଡ଼,ଛତ୍ରପୁର ବିଧାୟକ ପ୍ରତିନିଧି ବନୋଜ କୁମାର ନାହାକ ଏବଂ ଗଂଜାମ ବ୍ଳକ୍ ବିଧାୟକ ପ୍ରତିନିଧି ମାନସ କୁମାର ନାହାକ ଙ୍କ ସମେତ ବିଜେପି ପଦାଧିକାରୀ ନିର୍ବାଚିତ ପ୍ରତିନିଧି ଓ କର୍ମୀ ମାନେ ଉପସ୍ଥିତ ଥିଲେ ।