ଖୋଲିଲା ଗଞ୍ଜାମ ଜିଲ୍ଲା ରେ ପ୍ରଥମ ଥର ପାଇଁ ମୁଗ ମଣ୍ଡି । ଚାଷୀ ହେଲେ ଖୁସି

ଛତ୍ରପୁର : ୧୦.୦୭.୨୫

(ମିଥୁନ ବାରିକ୍)

ଛତ୍ରପୁର : ଆଜି ହିଞ୍ଜିଳିକାଟୁ ବ୍ଲକ ର ଦାରୁଭଦ୍ରା ଠାରେ ମାର୍କଫେଡ଼ ତରଫରୁ ଡାଲି ଏବଂ ତୈଳବୀଜ ଫସଲ ଉତ୍ପାଦ ର ମଣ୍ଡି ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଅଜୟ କୁମାର କର ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି.. ଏହାଦ୍ୱାରା ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ଚାଷ କରୁଥିବା ଚାଷୀଙ୍କ ଠାରୁ ଉପଯୁକ୍ତ ମାନ ବହନ କରୁଥିବା ଶସ୍ୟର କ୍ଵିଣ୍ଟାଲ ପ୍ରତି ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ MSP (ଟଙ୍କାରେ) ମୁଗ ୮୬୮୨,ବିରି ୭୪୦୦, ଚୀନା ବାଦାମ ୬୭୮୩, ସୂର୍ଯ୍ୟମୁଖୀ ୭୨୮୦ ,ସୋରିଷ ୫୯୮୦ ସରକାରି ନିର୍ଦ୍ଧାରିତ ମୂଲ୍ୟରେ ମୁଗ , ବିରି ମାର୍କଫେଡ଼ ତରଫରୁ ଛତ୍ରପୁର କୃଷକ ଉତ୍ପାଦକ ସଂଗଠନ ଜରିଆରେ କ୍ରୟ କରିବେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ପ୍ରକ୍ରିୟା ସରକାରଙ୍କ ତରଫରୁ ନିଆଯାଇଥିବା ବେଳେ ୨୦୦ ରୁ ଉର୍ଦ୍ଧ ଚାଷୀ ମୁଗ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଛନ୍ତି । ଏହି ନୂତନ ପଦକ୍ଷେପ କୁ କୃଷକ ମହଲରେ ସ୍ୱାଗତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଛତ୍ରପୁର କୃଷି ଜିଲ୍ଲା ଅଧିକାରୀ ଶ୍ରୀ କୁଳମଣି ବାରିକ,ଆତ୍ମା ଉପ ପ୍ରକଳ୍ପ ନିର୍ଦେଶକ ଶ୍ରୀ ବାସୁଦେବ ଶତପଥି,ଭାରପ୍ରାପ୍ତ ଗୋଷ୍ଠୀ କୃଷି ଅଧିକାରୀ, ହିଞ୍ଜିଳିକାଟୁ ଶ୍ରୀ ବିଘ୍ନରାଜ ସେଠି, ସହକାରୀ କୃଷି ଅଧିକାରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, କୃଷି ଅଧୀଦର୍ଶକ ମୁନିବାଇ ନାୟକ, ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀମତୀ ଧରିତ୍ରୀ ପାଢ଼ୀ,କୃଷି ଅଧୀଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ ମନୋରଞ୍ଜନ ରେଡ୍ଡୀ, ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀ ,ଛତ୍ରପୁର କୃଷକ ଉତ୍ପାଦ ସଂଗଠନ ନିର୍ଦ୍ଧେଶକ ଶ୍ରୀ ରବୀନ୍ଦ୍ର ନାହାକ, ମାର୍କଫେଡ଼ କର୍ମଚାରୀ ଶ୍ରୀ ସିମାଞ୍ଚଳ ପଣ୍ଡା ଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *