
କେସିଙ୍ଗା , 26.06.25
କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ନିତିଦିନ ହଜାର ହଜାର ଲୋକେ ସହରକୁ ନିତିଦିନିଆ କର୍ମ ପାଇଁ ଆସୁଥିବା ବେଳେ ଲୋକେ ସହର ଭିତରେ ମଳ ତ୍ୟାଗ ନକରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ପରିସ୍ରା ଗାର ଏବଂ ଶୌଚାଳୟ ଗୁଡାକ ତିଆରି କରିଛନ୍ତି । କିନ୍ତୁ ଦୁଃଖର ବିଷୟ ତିଆରି ହୋଇଥିବା ପରିସ୍ରା ଗାର ମଧ୍ୟରୁ କେସିଙ୍ଗା ପୁରୁଣା ବସ୍ ରହଣି ଛକ ନିକଟ ପ୍ରାଣୀ ଚିକିତ୍ସାଳୟ କଡ଼ରେ ଥିବା ପରିସ୍ରା ଗାର ଲୋକଙ୍କ କାମରେ ଆସୁନଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଉକ୍ତ ପରିସ୍ରା ଗାରର ଠିକ୍ ଭାବେ ସଫାସୁତୁରା ହେଉଥିବାବେଳେ ଶୌଚ ପାଇଁ ସେଠାରେ ପାଣି ର ବ୍ୟବସ୍ଥା ନଥିବା ବାରମ୍ବାର ଅଭିଯୋଗ ହେଉଛି । ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଶୌଚାଳୟ ଏବଂ ପରିସ୍ରା ଗାର ପାଇଁ ଲକ୍ଷ ଲକ୍ଷ ଟଙ୍କା ର ବ୍ୟୟ ବରାଦ କରିବା ସୁଦ୍ଧା ଜନସାଧାରଣ ଙ୍କ କାର୍ଯ୍ୟରେ ଆସୁନି ତେଣୁ ପ୍ରଶାସନ ଉକ୍ତ ବିଷୟରେ ତୁରନ୍ତ ପଦକ୍ଷେପ ନେଇ ପରିସ୍ରା ଗାର ର ସଫାସୁତୁରା କରି ପାଇଁ ର ବ୍ୟବସ୍ଥା କରାନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ