କେସିଙ୍ଗା ରେ ଧୁମ୍ ଧାମ୍ ରେ ପାଳିତ ହେଲା ମହାପ୍ରଭୁ ଙ୍କ ରଥଯାତ୍ରା |

କେସିଙ୍ଗା ତା 27.06.25

କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଧୁମ୍ ଧାମ ରେ ରଥ ଯାତ୍ରା ପାଳିତ ହୋଇଯାଇଛି । ରଥଯାତ୍ରା ରେ ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେବାୟତଙ୍କ ଦ୍ବାରା ସମସ୍ତ ଦେବକାର୍ଯ୍ୟ ସମ୍ପନ୍ନ କରିବା ପରେ ଅପରାହ୍ନ ୪ ଟା ରେ ଧାଡ଼ି ପହଣ୍ଡି ରେ ଶ୍ରୀ ବଳଭଦ୍ର , ମା ସୁଭଦ୍ରା ଏବଂ ଶେଷରେ ଜଗତର ନାଥ ଜଗନ୍ନାଥ ଙ୍କୁ ରଥକୁ ଅଣାଯାଇଥିଲା । ପରେ କେସିଙ୍ଗା ସହର ଗୌନ୍ତିଆ ଡ଼ା ହେମସାଗର ସାହାଙ୍କ ଦ୍ଵାରା ତିନୋଟି ରଥର ଛେରା ପହରା ବିଧି ସମ୍ପନ୍ନ କରାଯିବା ପରେ ରଥଟିକୁ ହଜାର ହଜାର ଭକ୍ତଙ୍କ ସମାଗମରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ସମୟରେ ତିନୋଟି ରଥ କେସିଙ୍ଗା ସ୍ଥିତ ଗୌରୀ ଶଙ୍କର ମନ୍ଦିର ର ମାଉସୀ ମା ମନ୍ଦିର ରେ ପହଞ୍ଚିବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ରୁ ପହଣ୍ଡି କରି ମନ୍ଦିର ଗର୍ଭ ଗୃହ କୁ ପ୍ରବେଶ କରାଯାଇଥିଲା। ଉକ୍ତ ଘୋଷ ଯାତ୍ରାରେ ମନ୍ଦିର କମିଟି ପକ୍ଷରୁ ପୂଜକ ଙ୍କ ସମେତ ସହରର ଅନେକ ଭକ୍ତ ଭଗବାନଙ୍କ ସେବାରେ ଉପସ୍ଥିତ ଥିଲେ । ଆଗାମୀ ନଅ ଦିନ ପର୍ଯ୍ୟନ୍ତ ଶ୍ରୀ ଗୌରୀ ଶଙ୍କର ମନ୍ଦିର ରେ ମହାପ୍ରଭୁ ଙ୍କ ଭୋଗ କୁପନ ମାଧ୍ୟମ ରେ ବିତରଣ ବ୍ୟବସ୍ଥା ମଧ୍ଯ ହୋଇଥାଏ |

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *