
ଚଣ୍ଡିଖୋଲ,୨୬/୬(କ ବ୍ୟୁ)
ଚଣ୍ଡିଖୋଲ କୋର୍ଟ ରେ ବିଚାରଧାନ ବହୁ ଚର୍ଚ୍ଚିତ ଠକ ସୟଦ ଇଶାନ ବୁଖାରୀ କୁ ଚଣ୍ଡିଖୋଲ ପ୍ରଥମ ଶେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ଶ୍ରୀମଇ ନନ୍ଦ ବିଚାର୍ କରି ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ ଜେଲ ଦଣ୍ଡ ସହିତ ଜୋରିମାନା ଆଦେଶ ଦେଇଛନ୍ତି।ପ୍ରକାଶ ଥାଉକି ୨୦୨୩ ମସିହାରେ ରାଜ୍ୟ ଏସ୍ ଟି ଏଫ୍ ର ଇନ୍ସିପେକ୍ଟର ସରିତା ବେହୁରିଆ ଙ୍କର ଅଭିଯୋଗ କ୍ରମେ ଏସ୍ ଟି ଏଫ୍ କେସ ନମ୍ବର ରୁଜୁ କରି ଦଫା ୪୧୯,୪୨୦,୪୬୫,୪୬୭,୪୬୮,୪୭୧,୧୨୦ (ବି) ଭାରତୀୟ ପିଙ୍ଗଳ କୋଡ୍ ଓ ୬୬( ସି),୬୬ (ଡି) ରେ ତଦନ୍ତ କରି ଗତ ତା ୧୫ ଡିସେମ୍ବର ୨୦୨୩ ରେ ଜିରାଫ କରି କୋର୍ଟ ଚାଲାଣ କରିଥିବା, I କୋର୍ଟ ଏହାର୍ ବିଚାର୍ କରି ସମସ୍ତ ୧୮ ଜଣ ସାକ୍ଷୀ ଙ୍କୁ ବୟନ ରେକର୍ଡ କରି ଉଭୟ ପକ୍ଷ ଓକିଲ ଙ୍କ ଯୁକ୍ତି ଉପସ୍ଥାପନ ପରେ ଆସାମୀ କୁ ଦୋଷୀ ସାବ୍ୟସ୍ତ କରି ପିଙ୍ଗଳ କୋଡ୍ ଦଫା ୪୧୯ ରେଏକବର୍ଷ, ,୪୬୫ ଏକବର୍ଷ,୪୬୮,ଏକ ବର୍ଷ ପଞ୍ଚ ହଜାର ଜୋରିମାନା, ୪୭୧ ଏକ ବର୍ଷ ଓ ୬୬ (ଡି) ଆଇ ଟି ଦଫା ଏକ ବର୍ଷ ସହିତ ଜୋରିମାନା ମୋଟ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ ସହିତ ଜୋରିମାନା ଅନାଦେୟ ୬ ମାସ ଅଧିକ ଜେଲଦଣ୍ଡ,I ଉକ୍ତ ମାମଲା ପରିଚାଳନା ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଶ୍ରୀ ପ୍ରକାଶ କୁମାର ଦାଶ ଓ ଶ୍ରୀ ଜଗନ୍ନାଥ ମଲ୍ଲିକ ପରିଚାଳନା କରୁଥିବା ବେଳେ ବୁଖାରୀଙ୍କ ପକ୍ଷରୁ ଓକିଲ ଶ୍ରୀ ଯତୀନ ସାମଲ ଓ ଶିରିସ ସାମଲ ପରିଚାଳନା କରୁଥିଲେ I ଏଥିରେ ତଦନ୍ତ କାରୀ ଅଧିକାରୀ ଥିଲେ ଏସ୍ ଟି ଏଫ୍ ଡି ଏସ୍ ପି ରଶ୍ମି ରଞ୍ଜନ ପଟ୍ଟନାୟକ I