ନବରଙ୍ଗପୁର ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ବୈଠକ ଅନୁଷ୍ଠିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଛି । ନବରଙ୍ଗପୁର ନୀଳକଣ୍ଠ ଗୁଡା ଭାରତୀୟ ମଜଦୁର ସଂଘ କାର୍ଯ୍ୟାଲୟ ଠାରେ ଜିଲ୍ଲା ସଭାପତି ଶ୍ରୀ ବାଙ୍କାବିହାରୀ ବିଷୋୟୀଙ୍କ ସଭାପତିତ୍ୱ ଅନୁଷ୍ଠିତବୈଠକରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ରାଜ୍ୟ ଉପ ସଭାପତି ଶ୍ରୀ ଯୋଗେଶ୍ୱର ଦାସ, ସଂମ୍ମାନିତ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ଜିଲ୍ଲା ଉପଦେଷ୍ଟା ଶ୍ରୀ ପରମେଶ୍ୱର ବିଷୋୟୀ ଯୋଗ ଦେଇ l ଆଗାମୀ ଫେବୃଆରୀ ମାସ ୭ ଏବଂ ୮ ତାରିଖ ଦୁଇ ଦିନ ଦିନ ଧରି ପୁରୀ ଠାରେ ରେ ହେବାକୁ ଥିବା ରାଷ୍ଟ୍ରୀୟ ଅଧିବେଶନ ହେବାକୁ ଯାଉଛି ଓ ଭାରତୀୟ ମଜଦୁର ସଂଘ ର ସତୁରି ବର୍ଷ ପୂର୍ତ୍ତୀ ଅବସରରେ ନୂତନ ସଂଗଠନ ସୃଷ୍ଟି କରିବା ସହ ଭାରତୀୟ ମଜଦୂର ସଂଘ ସଂଲଗ୍ନ ହୋଇଥିବା ସଙ୍ଗଠନ ଗୁଡିକୁ ସୁଦୃଢ କରିବା ସହ ଜିଲ୍ଲା ସମ୍ମିଳନୀ କରି ଆସନ୍ତା କାର୍ଯ୍ୟକ୍ରମରେ କିପରି ସାହାଯ୍ୟ ସହଯୋଗ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା l ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲା ରେ ଭାରତୀୟ ମଜଦୁର ସଂଘ କୁ ବ୍ଲକ,ପଞ୍ଚାୟତ ସ୍ତର କୁ ନେଇ କିଭଳି ସଂଗଠନ କୁ ବିସ୍ତାର ଓ ମଜଭୂତ କରାଯିବ ତାପାଇଁ ପ୍ରସ୍ତୁତି କରାଯାଇଥିଲା ବିଭିନ୍ନ ସଂଗଠନ ର ସମସ୍ୟା ଦାବି ଗୁଡିକ କୁ କିଭଳି ବ୍ଲକ ଜିଲ୍ଲା ରାଜ୍ୟ ସ୍ତର ରେ ଆଲୋଚନା କରାଯାଇ ତାହାର ସମାଧାନ କରାଯିବା ପାଇଁ ନିସ୍ପତୀ ଆଲୋଚନା କରାଯାଇଥିଲା l ଉକ୍ତ ବୈଠକରେ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସିସିଏସନ, ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘ, ଓଡିଶା ପାଚିକା ସଂଘ, ବିଶ୍ୱକର୍ମା ମଜଦୁର ସଂଘ, ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘ,ମଙ୍ଗଳ ଟିମ୍ବର କର୍ମଚାରୀ ସଂଘ ସହ ୧୦ ଟି ବ୍ଳକର ନେତୃବୃନ୍ଦ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l ଶେଷରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୟୀ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସସିଏସନ ସଂଘର ଜିଲ୍ଲା ସଭାନେତ୍ରୀ ଭାଗ୍ୟବତୀ ଷଡ଼ଙ୍ଗୀ,ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ଜିଲ୍ଲା ସଭାନେତ୍ରୀ କବିତା ସ୍ୱାଇଁ, ମଙ୍ଗଳଟିମ୍ବର ସଞ୍ଜୟ କୁମାର ପୋଥାଳ ବିଶ୍ୱ କର୍ମା ସଂଘ ଜିଲ୍ଲା ସମ୍ପାଦକ ଖଗେଶ୍ୱର ବିଷୋୟୀ କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘ ସମ୍ପାଦକ ରାମ ବିଷୋୟୀ ଅଙ୍ଗନବାଡି ସଂଘ ଜିଲ୍ଲା ସମ୍ପାଦିକା ସନ୍ଦ୍ୟାରାଣୀ ବିଶ୍ୱାସ କୋଷାଧକ୍ଷ ମମତା ବ୍ରହ୍ନା ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *