ଛତ୍ରପୁର : ୧୬.୦୬.୨୫
(ମିଥୁନ ବାରିକ୍)
ଛତ୍ରପୁର : ଛତ୍ରପୁର ଅଂସ୍ଲୋ ସ୍କୁଲ ସାମ୍ନାରେ ମା ଓ ଝିଅ କୁ ଧକା ଦେଇଥିଲା ବାଇକ୍ ଗୁରୁତର ଆହତ ଙ୍କୁ ଛତ୍ରପୁର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ବ୍ରହ୍ମପୁର ମେଡ଼ିକାଲ ରୁ ଫେରୁଥିବା ସମୟରେ ବସ୍ ରୁ ଓହ୍ଲାଇ ଚାଲି ଚାଲି ଆସିଥିଲେ ମା ସରସ୍ଵତୀ ଓ ଝିଅ ଭୁବନ ଆସୁଥିବା ସମୟ ରେ ଅନ୍ସଲୋ ହାଇସ୍କୁଲ ସାମ୍ନା ରେ ମଦ୍ୟପ ଯୁବକ ଜଣକ ବାଇକ୍ କୁ ସ୍ପିଡି ରେ ଆଣି ମା ଓ ଝିଅ କୁ ଧକା ଦେଇଥିଲା ଯାହା ଫଳରେ ସରସ୍ଵତୀ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା l ସେଠାରୁ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡ଼ିକାଲ କୁ ନେଇଥିଲେ ସେଠାରେ ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ଆଉ ବର୍ତ୍ତମାନ ବିଶାଖାପଟନମର ଏକ ଘରୋଇ ହସପିଟାଲ ଚିକିତ୍ସିତ ହେଉଛନ୍ତି ସରସ୍ଵତୀ । ସରସ୍ଵତୀ ହେଉଛନ୍ତି
ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଆଚାର୍ଯ୍ଯା ଭି. ସରସ୍ଵତୀଙ୍କ ଚିକିତ୍ସାଜନିତ ଖର୍ଚ୍ଚ ପାଇଁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ତାଙ୍କ ନିଜ ପାଣ୍ଠିରୁ ଆର୍ଥିକ ରାଶି ସହଯୋଗ କରିଛନ୍ତି। ଏନେଇ ଛତ୍ରପୁର ବ୍ଲକ୍ ବିଧାୟକ ପ୍ରତିନିଧି ବାନୋଜ୍ କୁମାର ନାହାକ ସେ ଏକ ଚେକ ସାହାଯ୍ୟରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ଯ ଓ ସଭାପତିଙ୍କୁ ପ୍ରଦାନ କରିଛନ୍ତି। ଏଥିସହିତ ଅନୁଷ୍ଠାନ ର ପରିଚାଳନା କମିଟି,ଆଚାର୍ଯ୍ଯ ଓ ଆଚାର୍ଯ୍ଯା ,ଅଭିଭାବକ ତଥା ସ୍ଥାନୀୟ ଶୁଭେଛୁ ଗୁରୁମାଙ୍କ ଆଶୁ ଆରୋଗ୍ଯ କାମନା ସହିତ ଆର୍ଥିକ ଅନୁଦାନ ମଧ୍ଯ ପ୍ରଦାନ କରିଛନ୍ତି।