ପୁରୀ,(ବଳରାମ ତ୍ରିପାଠି ରିପୋର୍ଟ ) : ସଦର ଥାନା ଅଧୀନ ମଙ୍ଗରାଜୁରରେ ଆତଙ୍କ ରଚିଲେ ଚାରି ଯୁବକ। ଗ୍ରାମର ମାନସ ଦାସଙ୍କ ଘରେ ପଶି କବାଟ ଭାଙ୍ଗିବା ସହ ତାଙ୍କ ପିକ୍ଅପ୍ ଭ୍ୟାନ୍ ଓ କାଋକୁ ହାଣି ପରିବାର ଲୋକଙ୍କୁ ହତ୍ୟା ଧମକ ଦେଲେ। ୧୪ ତାରିଖ ରାତିରେ ଏହି କାଣ୍ଡ ଘଟିଛି। ଏନେଇ ୧୫ ତାରିଖରେ ମାନସ ଏତଲା ଦେଇଥିବା ବେଳେ ପୁଲିସ ମାମଲା ରୁଜୁ ଥିବା ପିକ୍ଅପ୍ ଭ୍ୟାନ୍ ଓ କାର୍କୁ ବାରମ୍ବାର ଖଣ୍ଡା ଏବଂ ଭୁଜାଲିରେ ଚୋଟ ମାରି କ୍ଷୟକ୍ଷତି ଘଟାଇଥିଲେ। ଏହାପରେ ତାଙ୍କ ଘର କବାଟ ଭାଙ୍ଗି ପରିବାର ଲୋକଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ପରିବାର ଲୋକଙ୍କ ସହ ମାନସ ଭୟଭୀତ ଅବସ୍ଥାରେ ଘର ଭିତରେ ଲୁଚି ଜୀବନ ବଞ୍ଚାଇଥିବା ଅଭିଯୋଗ କରିଛନ୍ତି।
ଘରେ ଲୁଚି ଜୀବନ । କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ହୋଇଛି, ବଞ୍ଚାଇଲେ ପରିବାର ମଧ୍ୟରାତ୍ରିରେ ୪ ଜଣ ଖଣ୍ଡା ଓ ଭୁଜାଲିରେ ବାହାରେ
ପତ୍ନୀଙ୍କୁ ହତ୍ୟା ଉଦ୍ୟମ, ସିକ୍ୟୁରିଟି ଗାର୍ଡ ଗିରଫ
: ପତ୍ନୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଜଣେ ସିକ୍ୟୁରିଟି ଗାର୍ଡକୁ ଗିରଫ କରିଛି ତାଳବଣିଆ ଥାନା ପୁଲିସ। ଅଭିଯୁକ୍ତ ହେଲା ଏହି ଥାନା ଅଧୀନ କୁମୁଟି ପାଟଣା ଜଗନ୍ନାଥ କଲୋନୀର ଏସ୍ ସୁବାସ ରାଓ(୪୧)। ଅଭିଯାଗକାରିଣୀ ଏସ୍ ସୁମିତ୍ରା ରାଓ(୩୫)ଙ୍କୁ ୨୦୧୮ ମସିହାରେ ବିବାହ କରିଥିଲା ସୁବାସ। ବିବାହର ୫ଦିନ ପରେ ସୁବାସ ନିର୍ଯାତନା ଦେବା ଆରମ୍ଭ କରିଥିଲା। ଗତ ୧୩ ଓ ୧୪ ତାରିଖରେ ଲୁହା ରଡରେ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିବା ସୁମିତ୍ରା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଗିରଫ ସୁବାସକୁ ପୁଲିସ ସୋମବାର କୋର୍ଟ ଚାଲାଣ କରିଛି।