



ଚଣ୍ଡିଖୋଲ ୧୬/୬(କବ୍ୟୁ)ବଡଚଣା ବ୍ଲକ ରେ ଝାଡା ବାନ୍ତି ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ପ୍ରତିରୋଧ କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରଯାଇଛି।ବଡଚଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ପ୍ରତିଦିନ ଝାଡ଼ା ବାନ୍ତି ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ରୁ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଦୂଷିତ ପାଣି, ଦୂଷିତ ଖାଦ୍ୟ, ବାସୀ ଖାଦ୍ୟ, ଭୋଜି ଭାତ, ଓ ଖୋଲା ମେଲା ରେ ବିକ୍ରି ହେଉ ଥିବା ଜଳଖିଆ, ଖାଇବା ଯୋଗୁ ଏହି ରୋଗ ବ୍ୟାପୁଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ ଓ ଆଜି ସ୍ୱାସ୍ଥ୍ୟ ସଚିବ ଙ୍କ ଗସ୍ତ ଯୋଗୁ ପ୍ରଶାସନ ତତ୍ପର ହୋଇ ଉଠିଛି। ଆଜି ଦର୍ପଣ ତହସିଲ ଦାର୍ ମାନସ ରଞ୍ଜନ ତ୍ରିପାଠୀ, ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାସ ଙ୍କ ନେତୃତ୍ଵରେ ଚଣ୍ଡିଖୋଲ ଛକ ରେ ଥିବା ଉଠା ଜଳଖିଆ ଦୋକାନ, ଗୁପଚୁପ ଦହିବରା, ଫାଷ୍ଟ ଫୁଡ୍ ଦୋକାନ, ମାଛ, ମାଂସ ଦୋକାନ ଉପରେ ଚଢ଼ାଉ କରାଯାଇ ଖାଦ୍ୟର ମାନ ଯାଞ୍ଚ କରାଯାଇଛି। ବର୍ତ୍ତମାନ ରଜ ପର୍ବ ପାଳନ ଚାଲୁଥିବାରୁ ପିଲା ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ମାନେ ବିଭିନ୍ନ ସ୍ଥାନରେ ବୁଲା ବୁଲି କରିବା ସହିତ ବାହାରେ ବିକ୍ରୀ ହେଉଥିବା ଖାଦ୍ୟ ଖାଇ ଝାଡ଼ା ବାନ୍ତି ରୋଗ ଆକ୍ରାନ୍ତ ହେଉଛନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବା ସହିତ ଖୋଲା ମେଲା ରେ ବିକ୍ରି ହେଉ ଥିବା ଜଳଖିଆ ଦୋକାନୀ ଓ ଫାଷ୍ଟ ଫୁଡ୍ ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।