
କଟକ , ୦୮ /୦୬ :
ଓଡ଼ିଶା ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ କଳାବିକାଶ କେନ୍ଦ୍ର , କଟକର ଆଜି ଆସନ୍ତା ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି । କେନ୍ଦ୍ରର ନିର୍ବାଚନ ଅଧିକାରୀ ଟ୍ରଷ୍ଟି ଗୌର ପଟ୍ଟନାୟକଙ୍କ ସୁପରିଚାଳନାରେ ଆସନ୍ତା ୩ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କଳାବିକାଶ କେନ୍ଦ୍ରର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ସଭାପତି ଭାବେ ଡକ୍ଟର ବିଜୟାନନ୍ଦ ସିଂହ, କାର୍ଯ୍ୟକାରୀ ସଭାପତି ଭାବେ ଏ. ମହେଶ୍ବର ରାଓ , ଉପସଭାପତି ଭାବେ ରାଧାମୋହନ ସାହୁ ଓ ବିକାଶ ଚନ୍ଦ୍ର ଦାଶ , ସାଧାରଣ ସମ୍ପାଦକ ଭାବେ କାମାକ୍ଷା ପ୍ରସାଦ ମହତାବ, ଯୁଗ୍ମ ସମ୍ପାଦକ ଭାବେ ସୁଦୀପ୍ତା ଦାଶ , ଡକ୍ଟର ସ୍ନେହଲତା ମିଶ୍ର ଓ କୃଷ୍ଣ ଚନ୍ଦ୍ର ସାମଲ ଏବଂ କାର୍ଯ୍ୟକାରୀ ସମିତି କୁ ସଦସ୍ୟ ଭାବେ ସୁବ୍ରତ କୁମାର ମୁଖାର୍ଜୀ , ବନ୍ଦନା ପାଠକ , ଓମ ପ୍ରକାଶ ମହାନ୍ତି , ଗାୟତ୍ରୀ ଦେବୀ , ଅକ୍ଷୟ କୁମାର ଦାସ , ପ୍ରମୋଦ ରଞ୍ଜନ ମହାନ୍ତି , ବସନ୍ତ କୁମାର ସାହୁ , ହରିପଦ ମହାନ୍ତି , ନୃସିଂହ ଚରଣ ସାହୁ ଓ ସରୋଜ କୁମାର ସାହୁ ନିର୍ଦ୍ଵନ୍ଦରେ ଓ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଫଳାଫଳ ଘୋଷଣା ପରେ ନବନିର୍ବାଚିତ କର୍ମକର୍ତ୍ତାମାନେ ଶପଥପୂର୍ବକ କାର୍ଯ୍ୟଭାର ଗ୍ରହଣ କରିଥିଲେ । ମ୍ୟାନେଜିଂ ଟ୍ରଷ୍ଟି ରବୀନ୍ଦ୍ର ନାଥ ମହାନ୍ତି ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ କରାଇଥିଲେ ।
ନିର୍ବାଚନ ପୂର୍ବରୁ କଳାବିକାଶ କେନ୍ଦ୍ରର ବାର୍ଷିକ ସାଧାରଣ ଅଧିବେଶନ କେନ୍ଦ୍ରର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଦିବଙ୍ଗତ ସଭ୍ୟମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତପରେ ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ମହତାବ ବାର୍ଷିକ ବିବରଣୀ ଓ ଅଡିଟ ରିପୋର୍ଟ୍ ପାଠ କରିଥିଲେ । ମ୍ୟାନେଜିଂ ଟ୍ରଷ୍ଟି ରବୀନ୍ଦ୍ର ନାଥ ମହାନ୍ତି କେନ୍ଦ୍ରର ଦାୟିତ୍ବ ଓ ଆଭିମୁଖ୍ୟ ବର୍ଣନା କରିଥିଲେ । ଶ୍ରୀ ଦିଲୀପ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଓ ଏହାସହିତ ସଭା ସାଙ୍ଗ କରାଯାଇଥିଲା ।