

ବାଲେଶ୍ବର : ଅଖିଳ ଭାରତୀୟ କଂଗ୍ରେସ ର ନିଷ୍ପତ୍ତି ଓ ରାହୁଲ ଗାନ୍ଧୀଙ୍କ ଡାକରା ତଥା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଭକ୍ତ ଚରଣ ଦାଶ ଙ୍କ ନିର୍ଦେଶ ଅନୁସାରେ ସାରା ରାଜ୍ୟ ରେ ନିର୍ବାଚନ ମଣ୍ଡଳୀ ଓ ଗାଁ କୁ ଗାଁ ସମ୍ବିଧାନ ବଂଚାଅ ଯାତ୍ରା କାର୍ଯ୍ୟକ୍ରମ ପାଇଁ ବାଲେଶ୍ବର ଜିଲ୍ଲା କଂଗ୍ରେସ କମିଟି ର ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରାଜୀବ ଭବନରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି।ଏହି ବୈଠକରେ ବାଲେଶ୍ବର ଜିଲ୍ଲା ପ୍ରଭାରୀ ତଥା ପ୍ରଦେଶ କଂଗ୍ରେସ କମିଟି ର ଉପସଭାପତି ଦେବାଶିଷ ପଟ୍ଟନାୟକ ଙ୍କୁ ଜିଲ୍ଲା ର ବିଭିନ୍ନ ବ୍ଲକ ର ନେତୃତ୍ବ ପୁଷ୍ପ ଗୋଛ ଦେଇ ଶୁଭେଚ୍ଛା ଜଣାଇଥିଲେ ପରେ ପ୍ରଭାରୀ ଶ୍ରୀ ପଟ୍ଟନାୟକ ଆଗାମୀ ସମ୍ବିଧାନ ବଂଚାଅ ଶୋଭାଯାତ୍ରା ସଫଳ କରିବା ସହ ସଂଗଠନ ମଜବୁତ ପାଇଁ ମନ୍ତ୍ର ଦେଇଥିଲେ । ଉପସ୍ଥିତ ସମସ୍ତ ନିର୍ବାଚନ ମଣ୍ଡଳୀ ଓ ବ୍ଲକ କଂଗ୍ରେସ ନେତୃତ୍ବ ମାନେ ମଧ୍ୟ ମତ ରଖିଥିଲେ। ଏହି ବୈଠକରେ ପୁର୍ବତନ ବିଧାୟକ ସୁଦର୍ଶନ ଜେନା ,ବସ୍ତା କଂଗ୍ରେସ ନେତା ବିଜନ ନାୟକ ,ପିସିସି ସଭ୍ୟ ସତ୍ୟ ସୁନ୍ଦର ଦାସ ,ଅର୍ଚ୍ଚନା ନନ୍ଦୀ ,ବରିଷ୍ଠ କଂଗ୍ରେସ ନେତା ତଥା କାଉନସିଲର ପଦ୍ମ ଲୋଚନ ଲେଙ୍କା ,ସିମୁଳିଆ ନେତା ହିମାଂଶୁ ବେହେରା ,ସୋର ନେତା ସୁବ୍ରତ ଧଡା ,ମୟୂରଭଞ୍ଜ ଜିଲ୍ଲା ର ଯୁବ ନେତା ଅରବିନ୍ଦ ଦାସ ମଚାସୀନ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଯୁବ ନେତା ସରୋଜ ଲେଙ୍କା ,ଜିଲ୍ଲା ମୁଖପାତ୍ର ସୁଧାଂଶୁ ଶେଖର ଜେନା ,ସତ୍ୟନାରାୟଣ ଗୁପ୍ତା ,ମନୁରଞ୍ଜନ ପଣ୍ଡା ,ଜୟକୃଷ୍ଣ ବେହେରା ,ତରୁଣ ଦାସ ,ରାଜୀବ ପରିଡା ,ଶ୍ରୀକାନ୍ତ ଜେନା ,ରାଜେନ୍ଦ୍ର ମହାନ୍ତି ,ଉପେନ୍ଦ୍ର ବେହେରା ,ସୁଦର୍ଶନ ଜେନା ,ଜସୋଦା ନନ୍ଦନ ସିଂ ,ମନୋଜ୍ ମହାନ୍ତି ,କହ୍ନେଇ ବେହେରା ,ରାମନାରାୟଣ ଶତପଥୀ ରବିନ୍ଦ୍ର ଦାସ ,ମନୋରଞ୍ଜନ ନାୟକ ,ଜୟନ୍ତ ମହାପାତ୍ର ,ଗିରିଜା ଶଙ୍କର ଦାସ, ଜ୍ୟୋସ୍ନା ସେନାପତି ,ବାସନ୍ତୀ ସାମଲ, ଉର୍ମିଳା ମାଝୀ ,ଅଞ୍ଜଳି ପ୍ରଧାନ ,କୁମୁଦିନୀ ଦାସ ,ଅଜଗର ଅଲି ,ସବ୍ୟସାଚୀ ଦାସ ,ହରିଶଙ୍କର ଜେନା,ଜଗନ୍ନାଥ ମହାପାତ୍ର,ଗଣେଶ ପଣ୍ଡା ଙ୍କ ସମେତ ବହୁ କର୍ମୀ ଓ ନେତୃତ୍ବ ଉପସ୍ଥିତ ଥିଲେ।