

କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ବିଜେପି ର କର୍ମ ଶାଳା ଅନୁଷ୍ଠିତ
ସେବା ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ କେନ୍ଦ୍ରରେ ୧୧ ବର୍ଷର ଓ ରାଜ୍ୟରେ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଖାନନଗର ସ୍ଥିତ ଜିଲ୍ଳା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ରଜ୍ୟ ବିଜେପି ସମ୍ପାଦକ ସରୋଜ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଏହି କର୍ମଶାଳା ରେ ବାଲେଶ୍ଵର ସାଂସଦ ତଥା ପୁର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଦର ବିଧାୟକ ମାନସ ଦତ୍ତ, ପୁର୍ବତନ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ଲମ୍ବୋଦର ନାୟକ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଶୁଭଙ୍କର ମହାପାତ୍ର, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ,ରାଜ୍ୟ ବିଜେପି ନେତ୍ରୀ ସୁଷମା ରାଣୀ ବିଶ୍ଵାଳ, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ନାରାୟଣ ମହନ୍ତ ପ୍ରମୁଖ ମଞ୍ଚାଷିନ ଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ପରିଚାଳନା କରିଥିଲେ, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୩.୦ ରେ ରାଜ୍ୟରେ ଆୟୁଷ୍ମାନ ଯୋଜନା କୁ ଲାଗୁ କରିବାରେ ସମସ୍ତ ବାସୀ ଙ୍କ ପାଇଁ କିପରି ଖୁସି ର ଲହରୀ ଖେଳିଥିଲେ ସେ ବିଷୟ ରେ ସାଂସଦ ଶ୍ରୀ ଷଡଙ୍ଗୀ କହିଥିଲେ,ରାଜ୍ୟରମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଙ୍କ ନେତୃତ୍ୱ ରେ ସୁଭଦ୍ରା ଯୋଜନା ଠୁ ଆରମ୍ଭ କରି, ଲକ୍ଷପତି ଦିଦି, ଶ୍ରୀ ମନ୍ଦିର ର ୪ଦୁଆର ଖୋଲା, ରତ୍ନ ଭଣ୍ଡାର ର ଚାବି ଖୋଜିବା ଠୁ ଆରମ୍ଭ କରି ଚାଷୀ ଙ୍କ ଧାନର ଏମ ଏସ ପି ବଢ଼ାଇବା ପର୍ଯ୍ୟନ୍ତ ବହୁ ଯୋଜନା ର ଲାଭ ବାନ ଓଡିଶା ବାସୀ ହୋଇଛନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ କର କହିଥିଲେ,ଏହି କର୍ମଶାଳାରେ ବିଶ୍ଵ ପାର୍ଯ୍ୟବରଣ ବରଣ ଦିବସ, ଯୋଗ ଦିବସ, ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ, କଳା ଦିବସ କିପରି ପାଳନ କରାଯିବ ସେ ବିଷୟ ରେ ଆଲୋଚନା କରାଯାଇଥିଲା
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି କମଳା ବିନ୍ଧାଣୀ,ମମତା ମହାପାତ୍ର, ଜିଲ୍ଲା ସମ୍ପାଦକ ବିଜୟ ସାହୁ, ରେଣୁ ବିଶ୍ଵାଳ,ପିଙ୍କି ପ୍ରଧାନ, ସସ୍ମିତା ଚାନ୍ଦ, ଯୁବ ନେତା ଚନ୍ଦ୍ର ଶେଖର ନନ୍ଦ ଙ୍କ ସମେତ ସମସ୍ତ ମଣ୍ଡଳ ଓ ଜିଲ୍ଲା ସ୍ତରୀୟ ନେତ୍ରୁ ବୃନ୍ଦ ଉପସ୍ଥିତ ଥିଲେ, କର୍ମଶାଳା ର ପ୍ରାରମ୍ଭ ରେ ମହିଳା ମୋର୍ଚ୍ଚା ର କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ସମସ୍ତ ନେତୃବୃନ୍ଦ ତଥା କାର୍ଯ୍ୟକର୍ତ୍ତା ଙ୍କୁ ସ୍ଵାଗତ କରାଯାଇଥିଲା ବେଳେ କର୍ମଶାଳା ର ଶେଷ ରେ ଜିଲ୍ଲା ପ୍ରବକ୍ତା ବିଭୂପଦ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ପରେ କାର୍ଯ୍ୟାଳୟ ପରିସର ରେ ବୃକ୍ଷରୋପଣ କରାଯାଇଥିଲା